ରାଉରକେଲା: ରାଉରକେଲା ଅବକାରୀ ପୁଲିସ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବେପାରୀ ଜଣକ ହେଲେ ସେକ୍ଟର-୬ର ଗଙ୍ଗା ସୁନା (୨୮)। ତା’ ନିକଟରୁ ୨୧ କେଜି ୮୯୧ ଗ୍ରାମ୍‌ ଗଞ୍ଜେଇ ସହ ହିରୋହୁଣ୍ଡା ମୋଟରବାଇକ୍‌ ଜବତ କରିଛି। ଆଜି ସକାଳ ପ୍ରାୟ ସାଢ଼େ ୧୦ଟାରେ ଗଙ୍ଗା ନିଜ ମୋଟରବାଇକ୍‌ରେ ଗଞ୍ଜେଇ ନେଇ ବିକିବାକୁ ଯାଉଥିଲା। ଟିମ୍ବରକଲୋନି ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ନିକଟରେ ଅବକାରୀ ବିଭାଗ ପୁଲିସ ଗଙ୍ଗାକୁ ଧରିଥିଲେ।

Advertisment

ଚଢ଼ଉରେ ଏସ୍‌ଆଇ ଅଜୟ ପ୍ରଧାନଙ୍କ ସମେତ ସୁମିତା କେର୍କେଟା, ସପନ କୁମାର ସାହୁ, ବାବଦ କୁମାର ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ। ରାଉର‌କେଲାରେ ଦିନକୁ ଦିନ ଚୋରା ଗଞ୍ଜେଇ କାରବାର ବଢ଼ି ଚାଲିଛି। ବସ୍‌ ଓ ଟ୍ରେନ୍‌ ଯୋଗେ କୋରାପୁଟର ରାୟଗଡାରୁ ଆସୁଥିବା ଗଞ୍ଜେଇ ଝାଡ଼ଖଣ୍ଡ ଓ ବିହାର ଚାଲାଣ ହେଉଛି।