ଉଦଳା ଉପକାରାଗାରର ୨୧ କଏଦୀ ପଜିଟିଭ 

ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ଉପକାରଗାରରେ ପଶିଲା କରୋନା | ମୋଟ୍ ୧୦୭ ଜଣ ଅନ୍ତେବାସୀଙ୍କର ସ୍ୱାବ ଟେଷ୍ଟ କରାଯାଇଥିବାବେଳେ ୨୧ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି ଏବଂ ସମସ୍ତେ ପୁରୁଷ ବୋଲି ଜଣା ପଡିଛନ୍ତି | କରୋନାରେ ଆକ୍ରାନ୍ତ ସମସ୍ତ ଅନ୍ତେବାସୀମାନଙ୍କୁ ଜେଲ୍ ତରଫରୁ ଏକ ସ୍ୱତନ୍ତ୍ର କୋଠରୀରେ ଚିକିତ୍ସା ନିମନ୍ତେ ରଖାଯାଇଥିବାର ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି |

ପୂର୍ବରୁ ଜଣେ ବୟସ୍କ ବ୍ୟକ୍ତିଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ତାଙ୍କୁ ବଙ୍କିଶୋଳ ସ୍ଥିତ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରଯାଇଥିଲା | ଏବେ ପୁଣି ଜଣେ ଅନ୍ତେବାସୀଙ୍କ ଠାରେ କରୋନା ଲକ୍ଷଣ ଦେଖାଦେବାରୁ ପ୍ରଶାସନ ପକ୍ଷରୁ ସମସ୍ତ ଅନ୍ତେବାସୀଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିଲା  | ଏହାପରେ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଜେଲକୁ ତୁରନ୍ତ ସାନିଟାଇଜ୍ କରିବା ନିମନ୍ତେ  ଉଦଳା ଅଗ୍ନିଶମ ବିଭାଗକୁ ପତ୍ର ଲେଖାଯାଇଛି |

ଗତକାଲି ଆଉ ୫ ଜଣ ନୂତନ କଏଦୀ ଆସିଥିବା ବେଳେ ସେମାନଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି | ସମସ୍ତ ଜେଲ୍ କର୍ମଚାରୀଙ୍କର ଆରଟିପିସିଆର ଟେଷ୍ଟ ପାଇଁ ସ୍ବାବ ଦିଆଯାଇଛି ।

ସମ୍ବନ୍ଧିତ ଖବର