କୋରାପୁଟ: ବାତ୍ୟା ରୂପ ନେଇଥିବା ‘ଗୁଲାବ୍’ ପ୍ରଭାବରେ କୋରାପୁଟରେ ଆଜି ପ୍ରବଳ ବର୍ଷା ହୋଇଛି। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହୋଇଛି। ଗୋଟିଏ ଦିନରେ ଜିଲ୍ଲାରେ ୨୫୦ମିମି ବର୍ଷା ରେକର୍ଡ କରାଯାଇଛି। ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ୍ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ମାଡହେବାକୁ ରହିଥିବାରୁ ଏହାର ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।
ଆଜିର ପ୍ରବଳ ବର୍ଷାରେ ବେହାଲ ହୋଇଛି କୋରାପୁଟ ଜିଲ୍ଲାର ସେମିଳିଗୁଡା ଓ ଲମତାପୁଟ। ଜିଲ୍ଲାରେ ମୋଟ ୨୧୪.୬ ମିଲିମିଟର ବର୍ଷା ହୋଇଥିବାବେଳେ ସେମିଳିଗୁଡାରେ ୪୫.୫ ମିମି ଓ ଲମତାପୁଟରେ ୫୮.୪ ମିମି ବର୍ଷାହୋଇଛି। ସେହିପରି କୋରାପୁଟରେ ୨୬.୬ ମିମି ଓ ଜୟପୁରରେ ୨୪.୨ ମିମି ବର୍ଷା ହୋଇଛି।
ଭୂ-ସ୍ଖଳନ ଓ ପ୍ରବଳ ବର୍ଷାକୁ ଲକ୍ଷ୍ୟରେ ରଖି ନାରାୟଣପାଟଣା, ସେମିଳିଭଗୁଡା ଓ କୋରାପୁଟରେ ୯ଜଣ ଲେଖାଏଁ ଓଡ୍ରାଫ ଟିମ୍ ନିୟୋଜନ କରାଯାଇଥିବାବେଳେ ପଟାଙ୍ଗୀ ଓ ଲକ୍ଷ୍ମୀପୁରରେ ୨୫ ଜଣିଆ ଏନଡିଆରଏଫ ଟିମ୍କୁ ମୁତୟନ କରାଯାଇଛି।ଏହାସହ ଏବେ ସୁଦ୍ଧା ପଟାଙ୍ଗୀ, ସେମିଳିଗୁଡା, ଜୟପୁର, କୋରାପୁଟ, ଦଶମନ୍ତପୁର, ଲକ୍ଷ୍ମୀପୁର ଓ ଲମତାପୁଟରେ ପାହାଡତଳି ଗାଁରୁ ସ୍ତାନାନ୍ତର କରାଯାଇଥିବା ବେଳେ ୨୩୦ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଅନ୍ୟ ପକ୍ଷରେ ଜିଲ୍ଲାରେ ଅବାଶ୍ୟକ ପରିମାଣରେ ବାତ୍ୟ ଆଶ୍ରୟସ୍ଥଳୀ ନ ଥିବାରୁ ସ୍ଥାନାନ୍ତରଣ କାର୍ଯ୍ୟରେ ବଡ ସମସ୍ୟା ହେଉଥିବା ଦେଖିବାକୁ ମିଳିଛି। ଏଥିରେ ୧୨୪ଟି ସେଲ୍ଟର ହୋମ ଖୋଲାଯାଇଥିବାବେଳେ ୦୬୮୫୨-୨୫୧୧୦୧ ଓ ୧୦୭୭ ନାମରେ ଦୁଇଟି ହେଲ୍ଫ ଲାଇନ ଖୋଲାଯାଇଛି।
ଏନେଇ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର କହିଛନ୍ତି ଯେ, ସବୁ ଅପ୍ରୀତିକର ପରିସ୍ଥିତିକୁ ଏଡେଇବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି। ସୋମବାର ଓ ମଙ୍ଗଳବାର ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ରହିଥିବାରୁ ବିନା କାରଣରେ କେହି ଘରୁ ବାହାରିବାକୁ ବାରଣ କରାଯାଇଛି। ଆନ୍ଧ୍ର ପ୍ରଦେଶର କଳିଙ୍ଗପାଟନମ୍ ଉତ୍ତରକୁ ୨୫ କିମି ଦୁର ଓ ଗୋପାଳପୁର ଠାରୁ ୯୦ କିଲୋମିଟର ଦୂର ମୁରିଗୁଡ଼ା ଟେକାଲି ମଧ୍ୟରେ ସ୍ଥଳ ଭାଗ ଅତିକ୍ରମ କରିବ ଏହି ବାତ୍ୟାଯ ବାତ୍ୟାର ଡ଼ାହାଣ ପାର୍ଶ୍ୱରେ ଅଧିକ ବର୍ଷା ହୁଏ ତେଣୁ ଏହି ଜିଲ୍ଳା ଗୁଡ଼ିକରେ ବର୍ଷା ରହିବ। ଏବେ ସୁଧା ପାହାଡ ତଳି ଲୋକଙ୍କୁ ସ୍ତାନାନ୍ତର ଜାରି ରହିଥିବାବେଳେ ଅଧିକ ଭିନ୍ନକ୍ଷମ ଏବଂ ଗର୍ଭବତୀ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଆଜି ରାତିରେ ବି ସ୍ଥାନାନ୍ତରିତ ପ୍ରକ୍ରିୟା ଚାଲିବ ବୋଲି ସେ କହିଛନ୍ତି।