ମାଲକାନଗିରି : ମାଲକାନଗିରି ବନ ବିଭାଗ ପକ୍ଷରୁ ଆଜି ସତୀଗୁଡା ଡ୍ୟାମରେ ପକ୍ଷୀଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ଏସିଏଫ ଶ୍ରୀକାନ୍ତ ନାୟକ ସମେତ ସମସ୍ତ ବନ କର୍ମଚାରୀ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ।ସତୀଗୁଡା ଡ୍ୟାମରେ ମୋଟ ୨୧୪୯ଟି ବିଭିନ୍ନ ଜାତିର ପକ୍ଷୀଙ୍କ ଆଗମନ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।ସେଥିମଧ୍ୟରୁ ଇଣ୍ଡିଆନ ସାୟ ୭୫ଟି,ଲିଟିଲ ସାରମୋରେଣ୍ଟ ୧୩୫ଟି,ପୋଣ୍ଡ ହିରନ ୭ଟି,ଇଣ୍ଟେର ମିଡିଏଟ ଇଗରେଟ ୧୧୦ଟି,ଗ୍ରେଟ ଇଗରେଟ ୧୪ଟି,ଲିଟିଲ ଗ୍ରେବ ୧୫୩ଟି,ଲିଟିଲ ନେକଡ୍ ଗ୍ରେବ ୭୫୧ଟି,ହ୍ବିସିଲିଂ ଡକ ୫୫୫ଟି,ବ୍ଲାକ ନେକଡ୍ ଷ୍ଟ୍ରୋକ ୧୩ଟି,ରେଡ ଲେପିଂ ୫ଟି,କାଇଟ ବାର୍ଡ ୨୦୩ଟି,କଜଳପାତୀ ୧୮ଟି,ମାଇଟ ବାର୍ଡ ୧୧୦ଟି ବୋଲି କୁହାଯାଇଛି।

Advertisment

publive-image

ପ୍ରତିବର୍ଷ ଶୀତ ଋତୁରେ ଜିଲ୍ଲାରେ ଥିବା ବିଭିନ୍ନ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ସମେତ ଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ।ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାର,ମାଥିଲି ପୁଷ୍କରଣୀ ସମେତ ଅନ୍ୟ ସ୍ଥାନଗୁଡିକରେ ମଧ୍ୟ ପକ୍ଷୀମାନଙ୍କ ଆଗମନ ହୋଇଥାଏ।