ରାଉରକେଲା: ଦେଶୀ ମଦ ବେପାର ଉପରେ ଅବକାରୀ ପୁଲିସ ଧରପଗଡ଼ ଜାରି ରହିଛି। ଏହି କ୍ରମରେ ଆଜି ସେକ୍ଟର-୩ ଥାନା ଅନ୍ତର୍ଗତ ଖରିଆବାହାଲ ବସ୍ତି ଓ ବନ୍ଧମୁଣ୍ଡା ଥାନା ଅଞ୍ଚଳର ଜବାଘାଟ ଓ ଜାମସେରାଠାରେ ଅତର୍କିତ ଚଢ଼ଉ କରାଯାଉଥିଲା। ଏହି ସମୟରେ ମଦ ବିକ୍ରି କରୁଥିବା ୫ ଅଭିଯୁକ୍ତଙ୍କୁ କାବ କରିନେଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଜବାଘାଟର ଦୁଲାରୀ ଲୋହାର, ବାଙ୍ଗା ଲୋହାର, ବଳରାମ ମୁଣ୍ଡା, ଖରିଆବାହାଲ ବସ୍ତିର ମାରୀୟମ ଲୋହାର ଓ ବିମଳ ଲୋହାର। ଅଭିଯୁକ୍ତମାନଙ୍କ ପାଖରୁ ୨୧୬ ଲିଟର ଦେଶୀ ମଦ ଓ ୨୨୦୦ କେଜି ମହୁଲ ପୋଚ ଜବତ ହୋଇଛି। ଗୁପ୍ତ ସୂଚନାକୁ ଭିତ୍ତି କରି ଆଜି ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଏକ ଦଳ ଏସବୁ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉବେଳେ ବିଭାଗୀୟୀ ସବଇନ୍ସପେକ୍ଟର, ମୋବାଇଲ ୟୁନିଟ୍ ଅଧିକାରୀ ସାମିଲ ଥିଲେ।