କଟକ: ଆଜି କଟକ ସହରରୁ ମୋଟ ୨୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୧୯ ଜଣ ଓ ସ୍ଥାନୀୟ ଅଂଚଳରୁ ୯୮ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
/sambad/media/post_attachments/wp-content/uploads/2020/09/Ei1-cs_UMAE58LI-900x1024.jpg)
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଜଣେ କୋଭିଡ ଯୋଦ୍ଧା, ୩୬ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ଗୃହ ସଂଗରୋଧରୁ ୭୫ ଜଣ ଆକ୍ରାନ୍ତ ଅଛନ୍ତି। ଏଥିରେ ନୟାବଜାର, ତୁଳସୀପୁରରୁ ୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଅଛନ୍ତି। ଚାଉଳିଆଗଂଜରୁ ୭ ଜଣ, ବିଡ଼ାନାସୀରୁ ୬ ଜଣ, କଲ୍ୟାଣୀ ନଗରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମଣ ଯୋଗୁଁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ନୟାବଜାରରୁ ୯ ଜଣ, ବିଡ଼ାନାସୀରୁ ୬ ଜଣ, ସିଡିଏ ସେକ୍ଟର-୫, ମହାନଦୀ ବିହାରରୁ ୫-୫ ଜଣ ଅଛନ୍ତି।
/sambad/media/post_attachments/wp-content/uploads/2020/09/Ei1-eqvU8AYSXD7-901x1024.jpg)
ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୪୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୨୧୭ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୧ ହଜାର ୩୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ହଜାର ୫୭୩ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୨ ହଜାର ୭୩୧ ଜଣ ଚିକିତ୍ସାଧୀନ ଥିବା ବେଳେ ୪୨ ଜଣଙ୍କର ମୃତ୍ୟୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/ctc-11.jpg)