କଟକ: ଆଜି କଟକ ସହରରୁ ମୋଟ ୨୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୧୯ ଜଣ ଓ ସ୍ଥାନୀୟ ଅଂଚଳରୁ ୯୮ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

Advertisment

publive-image

ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଜଣେ କୋଭିଡ ଯୋଦ୍ଧା, ୩୬ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ଗୃହ ସଂଗରୋଧରୁ ୭୫ ଜଣ ଆକ୍ରାନ୍ତ ଅଛନ୍ତି। ଏଥିରେ ନୟାବଜାର, ତୁଳସୀପୁରରୁ ୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଅଛନ୍ତି। ଚାଉଳିଆଗଂଜରୁ ୭ ଜଣ, ବିଡ଼ାନାସୀରୁ ୬ ଜଣ, କଲ୍ୟାଣୀ ନଗରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମଣ ଯୋଗୁଁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ନୟାବଜାରରୁ ୯ ଜଣ, ବିଡ଼ାନାସୀରୁ ୬ ଜଣ, ସିଡିଏ ସେକ୍ଟର-୫, ମହାନଦୀ ବିହାରରୁ ୫-୫ ଜଣ ଅଛନ୍ତି।

publive-image

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୪୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ କଟକ ସହରରୁ ୨୧୭ ଜଣ ଅଛନ୍ତି। ତେବେ ଏପର୍ଯ୍ୟନ୍ତ କଟକ ସହରରୁ ୧୧ ହଜାର ୩୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ହଜାର ୫୭୩ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୨ ହଜାର ୭୩୧ ଜଣ ଚିକିତ୍ସାଧୀନ ଥିବା ବେଳେ ୪୨ ଜଣଙ୍କର ମୃତ୍ୟୁ ହୋଇଛି।