ଚାନ୍ଦବାଲି: ଗରିବ ତଥା ଅସହାୟ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକମାନଙ୍କୁ ସମାଜରେ ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର ଖାଉଟି ସୁରକ୍ଷା ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏହି ଯୋଜନାକୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକରେ ଅଣଦେଖା କରାଯାଉଛି। ସରକାରୀ ଯୋଜନାକୁ ବିଭାଗୀୟ କର୍ମଚାରୀମାନେ ମାରିନେଉଥିବା ବେଳେ ପ୍ରକୃତ ହିତାଧିକାରୀ ଜଳକା ଭଳି ଚାହିଁ ରହିଛନ୍ତି। ଗତ ୨୨ତାରିଖରେ ପି.ଡ଼ି.ଏସ. ଘୋଟାଲା ଶୀର୍ଷକ ଖବର ‘ସମ୍ବାଦ ପୋର୍ଟଲ’ରେ ପ୍ରକାଶ ପରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଯୋଗାଣ ବିଭାଗ ନିର୍ଦ୍ଦେଶ କ୍ରମେ ଭଦ୍ରକ ସି.ଏସ.ଓ. ବ୍ଲକ ଯୋଗାଣ ବିଭାଗକୁ ତୁରନ୍ତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତୁରନ୍ତ ବିହିତ ପଦକ୍ଷେପ ନେବାକୁ କହିଛନ୍ତି।
ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତରେ ନେଢ଼ୁଆଳି ଗାଁରେ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ନାମରେ ଅନ୍ତୋଦୟ କାର୍ଡ଼ରେ ନାମ ପଂଜିକୃତ ହୋଇଛି, ଯାହାର ନମ୍ବର ୦୪୦୫୨୭୧୦୨୫୪, ୦୪୦୫୨୭୧୨୫୭୨, ୦୪୦୫୨୭୧୨୭୪୧, ୦୪୦୫୨୭୧୨୯୬୫, ୦୪୦୫୨୭୧୨୭୫୯। ପ୍ରତ୍ୟେକ କାର୍ଡ଼ରେ ମାସିକ ୩୫କେଜି ଲେଖାଏଁ ଚାଉଳ ନିଆଯାାଇଛି। ଅର୍ଥାତ ମାସକୁ ୧ କୁଇଣ୍ଟାଲ ୭୫କେଜି ଓଜନର ଚାଉଳ ନିଆଯାଇଛି।
ଅନପଟରେ ବାଂଶଡ଼ା ପଂଚାୟତ ନୂଆ ଗାଁର ସ୍ବର୍ଗତଃ ଧନୀ ଖୀଲାରଙ୍କ ପତ୍ନୀ ଖିର ଖିଲାର (୭୦) ସରକାରଙ୍କ ଏହି ଯୋଜନାରେ ଉପକୃତ ହୋଇପାରୁ ନାହିଁନ୍ତି। ଫଳରେ ଓଳିଏ ଖାଇଲେ ଓଳିଏ ଉପବାସ ସ୍ବାମୀ ଧନୀ ଖିଲାରଙ୍କ ନାମରେ କାର୍ଡ଼ ସଂଖ୍ୟା ୩୮୯୪୨୩ ଥିବା ବେଳେ ସପରିବାର ସରକାରଙ୍କ ଏହି ଯୋଜନାରେ ଉପକୃତ ହୋଇ ଦିଗଣ୍ଡା ଖାଇବାକୁ ପାଉଥିଲେ ମାତ୍ର ଧନୀ ଡଖିଲାରଙ୍କ ମୃତ୍ୟୁ ପରେ ବୃଦ୍ଧା ବିଧବା ଖିର ଖିଲାର ଅସହାୟ ଜୀବନ ନେଇ ବଂଚୁଛନ୍ତି।
/sambad/media/post_attachments/wp-content/uploads/2021/02/WhatsApp-Image-2021-02-27-at-11.30.25.jpeg)
ଦୁଇ ପୁଅ ବୃଦ୍ଧା ମାଙ୍କୁ ପର କରିଦେଇ ପୃଥକ ପୃଥକ ରହୁଥିବା ବେଳେ ବୃଦ୍ଧା ଏକାକୀ ଭଙ୍ଗା ଦଦରା ଘରେ ପଡ଼ିରହିଛନ୍ତି। ଖାଇବାକୁ ଗଣ୍ଡିଏ ନପାଇ ବାରଦୁଆରେ ହାତ ପାତି ପେଟ ଭରୁଛନ୍ତି ତେବେ ବୃଦ୍ଧାଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ସ୍ଥାନୀୟ ସରପଂଚ ବାରମ୍ବାର ବ୍ଲକ ଯୋଗାଣ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ ବୃଦ୍ଧାଙ୍କର ଏହି ଯୋଜନାରେ ସାମିଲ ହୋଇପାରୁନଥିଲେ।
ଏ ସମ୍ପର୍କରେ ଅରୁଣ ସାହୁ ନାମକ ଜନୈକ ସାମାଜିକ କର୍ମୀ ରାଜ୍ୟ ସରକାର ଏବଂ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁଙ୍କୁ ଟୁଇଟ୍ ଯୋଗେ ଜଣାଇଥିବା ବେଳେ ଘଟଣାକୁ ଗୁରୁତ୍ୱକୁ ନେଇ ଭଦ୍ରକ ଯୋଗାଣ ବିଭାଗକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯୋଗାଣ ବିଭାଗ ନିର୍ଦ୍ଦେଶରେ ଚାନ୍ଦବାଲି ଯୋଗାଣ ବିଭାଗ ଅଧିକାରୀ ଉମେଶ ନାୟକ ଘଟଣାର ତଦନ୍ତ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧୀକାରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କାର୍ଡ଼ ଜାଲିଆତି କରି ହାତେଇଥିବା ବେଳେ ଭିନ୍ନଭିନ୍ନ ରିଟେଲରଙ୍କ ଠାରୁ ୧୬ମାସର ମୋଟ ୨୨.୪୦ କୁଇଣ୍ଟାଲ ଚାଉଳ ନେଇଥିବା ରିପୋର୍ଟରୁ ଜଣାଯାଇଛି। ସବୁଠୁ ବଡ଼ କଥା ବାଂଶଡ଼ା ପଂଚାୟତରେ ଅସହାୟ ବୃଦ୍ଧାଙ୍କ ସମ୍ପର୍କରେ ଅବଗତ ହେବା ପରେ ଯୋଗାଣ ବିଭାଗ ତୁରନ୍ତ ଅନ୍ତୋଦୟ କାର୍ଡ଼ ଯୋଗାଇ ଦେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/pds-640x360.jpg)