କଟକବାସୀଙ୍କୁ କରୋନାରୁ ଆଶ୍ୱସ୍ତି: ଆଜି ୨୨ ଜଣ ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୭ ଜଣ

କଟକ: ମହାମାରୀ କରୋନା ଭାଇରସ ନେଇ କଟକବାସୀଙ୍କ ପାଇଁ ଆଶ୍ୱସ୍ତିମୂଳକ ଖବର ଆସିଛି । ସହରର ବିଭିନ୍ନ ସ୍ଥାନରୁ ଆଜି ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଗତକାଲି କଟକ ସହରରୁ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଏଥିରୁ ସ୍ଥାନୀୟ ସଂକ୍ରମଣ ଥିଲେ୧୧ ଜଣ । ବାକି ସବୁ ସଂଗରୋଧରୁ ଚିହ୍ନଟ ହୋଇଥିଲେ ।

ସିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାନରେ ଆଜି କ୍ୱାରେଣ୍ଟାଇନରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସସିବି ମେଡିକାଲ କଲେଜ କ୍ୱାରେଣ୍ଟାଇନରୁ ତିନି ଜଣ ପୁରୁଷ ଚିହ୍ନଟ ହୋଇଛନ୍ତି । ଏହି ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୫୨, ୫୬ ଓ ୬୦ ବର୍ଷ । ଅନ୍ୟ ୨ ଜଣ ପୁରୁଷ (୧୯ ଓ ୪୧ ବର୍ଷ) ଗୁଜୁରାଟରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ସେହିଭଳି ଇଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ଜଣାପଡ଼ିଥିବା ଅନ୍ୟ ୨ ଜଣ ପୁରୁଷଙ୍କ ବୟସ ହେଲଶ ୫୫ ଓ ୫୯ ବର୍ଷ । ଏଥି ସହିତ ୨ ଜଣ କୋଭିଡ ଯୋଦ୍ଧା (୩୦ ବର୍ଷୀୟା ମହିଳା ଓ ୩୫ ବର୍ଷିଅ ପୁରୁଷ) ମଧ୍ୟ କରୋନାର ଶିକାର ହୋଇଛନ୍ତି । ଦେୟ ସଂଗରୋଧରୁ ଚିହ୍ନଟ ହୋଇଥିବା ୨ ଜଣ ପୁରୁଷଙ୍କ ବୟସ ୩୪ ଓ ୨୯ ବର୍ଷ । ଏମାନେ ଯଥାକ୍ରମେ ମୁମ୍ବାଇ ଓ ବେଙ୍ଗାଲୁରୁ ଠାରୁ ଫେରିଥିଲେ । ହୋମକ୍ୱାରେଣ୍ଟାଇନରୁ ୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଶିଖରପୁର ତଳସାହି ବଉଳ ଛକରୁ ଜଣେ ୨୦ ବର୍ଷୀୟା ମହିଳା ପୂର୍ବରୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ର ପ୍ରଦେଶ ଫେରନ୍ତା ୩୮ ବର୍ଷିୟ ପୃଷ୍ଟିବଗିତା ଅଂଚଳରୁ କରୋନା ଆକ୍ରାନ୍ତ ହୋଇଛନ୍ତି । ବିଶାଖାପାଟଣାରୁ ଆସିଥିବା ଦେୱାନ ବଜାର ଅଂଚଳର ଜଣେ ୧୯ ବର୍ଷିଅ ପୁରୁଷ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ଅରୁଣଦୟ ମାର୍କେଟରୁ ଜଣେ ୪୯ ବର୍ଷିଅ ପୁରୁଷ (ସିଏମସି କର୍ମଚାରୀ ), ବାଦାମବାଡ଼ିର ରକ୍ସି ଲେନରୁ ଜଣେ ୨୫ ବର୍ଷିଅ ପୁରୁଷ, ଚାଉଳିଆଗଂଜ ପୁଲିସ ଷ୍ଟେସନ ନିକଟରୁ ୩୪ ବର୍ଷିଅ ପୁରୁଷ, ମଙ୍ଗଳାବାଗ ନାୟକ ସାହିରୁ ଜଣେ ୫୩ ବର୍ଷିଅ ପୁରୁଷ, ମହାନଦୀ ବିହାରରୁ ଜଣେ ୪୦ ବର୍ଷୀୟ ମହିଳା, ଏସସିବି ମେଡିକାଲ କଲେଜରୁ ଜଣେ ୩୧ ବର୍ଷିଅ ପୁରୁଷ ଓ କଣ୍ଟେନମେଣ୍ଟ ରୋଡରୁ ଜଣେ ୫୦ ବର୍ଷିଅ ପୁରୁଷ କରୋନା ଆକ୍ରାନ୍ତ ହେଶଇଛନ୍ତି ।

ସୂଚନାଯୋଗ୍ୟ, କଟକ ସହରରୁ ଏଯାଏଁ ୯୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ଏଥିରୁ ୪୩୯ ଜଣ ସୁସ୍ଥ ହୋଇଥିବା ବେଳେ ୪୫୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ ୧୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

ସମ୍ବନ୍ଧିତ ଖବର