ନୂଆପଡ଼ା,: ନୂଆପଡ଼ା ଜିଲ୍ଲାରେ ଆଉ ୨୨ ଜଣ ଡାକ୍ତର ଯୋଗ ଦେଇଛନ୍ତି। ଏହି ଡାକ୍ତରଙ୍କୁ ଜିଲ୍ଲାର ବିଭିନ୍ନ ସିଏଚ୍ସି ଓ ପିଏଚ୍ସିରେ ନିଯୁକ୍ତି ଦିଆଯାଇଛି। ଏହି ଅବସରରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସଭାଗୃହରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ସିଡିଏମ୍ଓ ଚୌଧୁରୀ ଶୋଭାରାଣୀ ମିଶ୍ର, ଏଡିଏମ୍ଓ ସୁଧୀର ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦ ଉପସଭାପତି ଦୀପିକା ଦୀପ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ବରୀ ସାହୁ, ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲକର, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଷୀ, କାର୍ତ୍ତିକ ଦୀପ, ଡିପିଏମ୍ଓ ଦିଲୀପ ଦୁବେ ପ୍ରମୁଖ ଯୋଗ ଦେଇଥିଲେ।
ନୂଆ ଡାକ୍ତରଙ୍କ ମଧ୍ୟରୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ୬ ଜଣ, ପିଏଚ୍ସି ଧରମବନ୍ଧାରେ ଜଣେ, ସିଏଚ୍ସି ବୋଡ଼େନରେ ଜଣେ, ପିଏଚ୍ସି କରଙ୍ଗାମାଲରେ ଜଣେ, ଏସ୍ଡିଏଚ୍ ଖଡ଼ିଆଳରେ ୫ ଜଣ, ସିଏଚ୍ସି ସିନାପାଲିରେ ଜଣେ, ପିଏଚ୍ସି ଦର୍ଲିପଡ଼ାରେ ଜଣେ, ପିଏଚ୍ସି ଡମଝରରେ ଜଣେ, ପିଏଚ୍ସି ହାତୀବନ୍ଧାରେ ଜଣେ, ସିଏଚ୍ସି କୋମନାରେ ଜଣେ, ପିଏଚ୍ସି ଡୁଆଝରରେ ଜଣେ, ପିଏଚ୍ସି ଲିଆଡ଼ରେ ଜଣେ, ପିଏଚ୍ସି ଟିମନପୁରରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଜିଲ୍ଲାରେ ୨୦୬ ଡାକ୍ତର ଆବଶ୍ୟକ ଥିବା ବେଳେ ୮୪ ଜଣ ଡାକ୍ତର ରହିଛନ୍ତି। ବର୍ତ୍ତମାନ ବି ୧୧୨ ଡାକ୍ତର ପଦବି ଖାଲି ପଡ଼ିଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/9-1.jpg)