ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳି ପାହାଡ ଉପରୁ ପ୍ରାୟ ୩୦ ରୁ ଅଧିକ ଶ୍ରମିକକୁ ଧରି ଓଲ୍ଲାଉଥିବା ଟ୍ରାକଟର ଭାରସାମ୍ୟ ହରାଇ ପାହାଡ ତଳକୁ ଖସି ଓଲଟି ପଡିବାରୁ ୨୨ ଜଣ ଶ୍ରମିକ ଆହତ ହୋଇଛନ୍ତିା ଆହତ ମାନଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲାା ଆହତ ମାନଙ୍କ ମଧ୍ୟରୁ ବିରସିଂ ମାଝି ମାଣ୍ଡି ମାଝି, ମନୁ ସିଂ ମାଝି, ଗାଇମାଲ୍‌ ମାଝି, କପିଳାଶ ମାଝି, ରାଜେନ୍ଦ୍ର ଗୌଡଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଛିା

Advertisment

ଲକ୍ଷ୍ମୀପୁର ବ୍ଲକ କୋଡିଙ୍ଗାମାଳି ଖଣିଖନନ ଅଞ୍ଚଳରେ ଶ୍ରମିକମାନେ ଏକ ପାଚେରି କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ କାର୍ଯ୍ୟ ସାରି ସମସ୍ତ ପ୍ରାୟ ୩୦ରୁ ଅଧିକ ଶ୍ରମିକ ଏକ ଟ୍ରାକଟର ଯୋଗେ ଫେରୁଥିଲୋ କୋଡିଙ୍ଗାମାଳି ପାହାଡରୁ ଟ୍ରାକଟର ଓଲ୍ଲାଉଥିବା ବେଳେ ନିୟନ୍ତ୍ରଣ ହରାଇ ଖସିପଡିବା ସହ ଓଲଟି ପଡିଥିଲାା ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍‌ ହୋଇଯାଇଥିବା ବେଳେ ଆହତମାନଙ୍କୁ କମ୍ପାନିର କର୍ମଚାରୀମାନେ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇଥିଲୋ ଲକ୍ଷ୍ମୀପୁର ଆଇଆଇସି ଗୌରହରି ସାହୁ ସମେତ ପୁଲିସ୍‌ କର୍ମଚାରୀ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କୁ ଦେଖିବା ସହ ମାମଲା ରୁଜୁ କରିଛନ୍ତି।।