ଆଳି: କରୋନା ଲକଡାଉନ, ସଟଡାଉନ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଗଳିକନ୍ଦିରେ ଚାଲିଛି ଚୋରା ମଦ ବେପାର। ଚୋରା ମଦ ବେପାରରେ ରୋକ୍ ଲଗାଇବା ପାଇଁ ବେଶ୍ ତତ୍ପର ହୋଇପଡିଛି ଆଳି ପୁଲିସ। ଗତକାଲି ରାତିରେ ଆଳି ପୁଲିସ ଗ୍ରାହକ ସାଜି ଚୋରା ମଦ ବେପାରୀ ଘରେ ପହଞ୍ଚି ୯୫ ବୋତଲ ବିଦେଶୀ ମଦ ଜବତ କରିଥିବା ବେଳେ ଆଜି ଲୋକାପଡା ଗ୍ରାମରେ ଚଢାଉ କରି ୨୨୦ ବୋତଲ ଦେଶୀ ମଦ ଜବତ ସହିତ ଜଣଙ୍କୁ ଗିରଫ କରିଛନ୍ତି। ଆଳି ଥାନା ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ବରେ ପୁଲିସ ଟିମ୍ ଏହି ଚଢାଉ କରି ମଦ ଜବତ ସହିତ ଚୋରା ମଦ ବେପାରୀ ଅନିରୁଦ୍ଧ ସ୍ବାଇଁଙ୍କୁ ଗିରଫ କରିଛି।
ପୁଣି ୨୨୦ ବୋତଲ ମଦ ଜବତ, ଚୋରା ବେପାରୀ ଗିରଫ
/sambad/media/post_attachments/wp-content/uploads/2020/02/Arrested.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)