ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ଚାଟୁଆ ଗ୍ରାମ ନିକଟରୁ ଗତକାଲି ପାହାନ୍ତିଆରେ ଗଞ୍ଜେଇ ସହ ଗୋଟିଏ ବୋଲେରୋ ଏବଂ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପାଡୁଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି। କୋରାପୁଟ ଏସ.ପି.ଙ୍କ ନିର୍ଦ୍ଦେଶ କ୍ରମେ ପାଡୁଆ ଥାନା ଅନ୍ତର୍ଗତ ସୀମାନ୍ତ ଚାଟୁଆ ନିକଟରେ ପୁଲିସ ପାଟ୍ରୋଲିଂ ସାରି ଫେରୁଥିବା ସମୟରେ ସନ୍ଦେହ ହେବାରୁ ଏକ ବୋଲେରୋ ଯାହାର ରେଜିଷ୍ଟ୍ରସନ ନମ୍ବର ଓଆର ୦୮ ଇ ୦୫୮୭କୁ ଅଟକାଇଥିଲେ। ବୋଲେରୋ ଯାଞ୍ଚ କରିବା ସମୟରେ ଏଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ସଙ୍ଗେ ସଙ୍ଗେ ବୋଲେରୋକୁ ଜବତ କରି ପାଡୁଆ ଥାନାକୁ ଅଣାଯିବା ସହ ଭିତରେ ବସିଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଦୁଇ ଗିରଫ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କରଞ୍ଜଗୁଡା ପୋଷ୍ଟ କୋଟପାଡ଼ି ଗ୍ରାମର ଗିରିଧାରୀ ଦିଶାରି (୨୬) ଏବଂ ମିଙ୍ଘରା ଗ୍ରାମର ଗୌର ଗୋପାଳ ପଣ୍ଡା (୪୫)।
/sambad/media/post_attachments/wp-content/uploads/2020/11/4fdea7ef-a7cd-4189-aa5e-b4a7ab21e1b7-768x1024.jpg)
ସ୍ଥାନୀୟ ଏସଡ଼ିପିଓ ସଞ୍ଜୟ ମହାପାତ୍ରଙ୍କ ନେତୃତ୍ୱରେ ପାଡୁଆ ଥାନା ଅଧିକାରୀ ସରୋଜ ମଲ୍ଲିକ, ଏସ.ଆଇ ଶୁକ୍ରା ମାଢି, ଚାଟୁଆ ଫାଣ୍ଡି ଏଏସଆଇ ଗୌରାଙ୍ଗ ସାହୁ, ସି.ଏଚ ତ୍ରିନାଥ ଏବଂ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିବା ବେଳେ ଜବତ ଗଂଜେଇକୁ ସ୍ଥାନୀୟ ତହସିଲଦାର ନରସିଂହ ଗାଦବାଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଜବତ ଗଞ୍ଜେଇର ଓଜନ ୨୨୦ କେଜି ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ପାଡୁଆ ଥାନା କେସ ନମ୍ବର ୮୫/୨୦୨୦ ପ୍ରକାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ବେଳେ କେଉଁ ଠାରୁ କିଣି ଏହି ଚୋରା ଗଞ୍ଜେଇ ଚାଲାଣ ହେଉଥିଲା ତାହାର ତଦନ୍ତ କରାଯାଉଥିବା ନନ୍ଦପୁର ଏସଡ଼ିପିଓ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/2d790f40-6777-4772-b323-0c16bdd92b63.jpg)