କଟକ: ଆଜି କଟକ ସହରରୁ ମୋଟ ୨୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୨୯ ଜଣ ଓ ସ୍ଥାନୀୟ ଅଂଚଳରୁ ୯୮ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୩ ଜଣ କୋଭିଡ ଯୋଦ୍ଧାଙ୍କ ସମେତ ୩୪ ଜଣ ପୁରୁଷ ଏବଂ ୧୧ ଜଣ ମହିଳା ଅଛନ୍ତି। ଗୃହ ସଂଗରୋଧରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବିଡ଼ାନାସୀରୁ ୧୦ ଜଣ, ବିଦ୍ୟାଧରପୁରରୁ ୭ ଜଣ, ତୁଳସୀପୁରରୁ ୬ ଜଣ, ସିଡିଏ ସେକ୍ଟର-୬, ଚାଉଳିଆଗଂଜରୁ ୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/post_attachments/wp-content/uploads/2020/09/EjKmcltU0AE4lFu-900x1024.jpg)
ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୩୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ କଟକ ମହାନଗର ନିଗମ ଅଂଚଳରୁ ୨୨୭ ଜଣ ଅଛନ୍ତି। କଟକ ସହରରୁ ଏପର୍ଯ୍ୟନ୍ତ ମୋଟ୍ ୧୨ ହଜାର ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୯ ହଜାର ୪୮୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୨ ହଜାର ୪୯୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୪୯ ଜଣଙ୍କର ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2020/09/EjKmeK8U8AEKg9L-900x1024.jpg)
ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ନୟାବଜାରରୁ ୧୧ ଜଣ, ବିଦ୍ୟାଧରପୁରରୁ ୮ ଜଣ, ମହାନଦୀ ବିହାରରୁ ୭ ଜଣ ଓ ତୁଳସୀପୁରରୁ ୫ ଜଣ କରୋନା ଆକ୍ରାନ୍ତ ଅଛନ୍ତି। ସେହିପରି ସିଡିଏ ସେକ୍ଟର-୭, ଜୋବ୍ରା, ଲିଙ୍କ ରୋଡ଼, ଚାଉଳିଆଗଂଜରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/ctc-15.jpg)