କଟକ ସହରରୁ ଆଜି ୨୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ମୋଟ ୨୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ସଂଗରୋଧରୁ ୧୦୫ ଜଣ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୧୩୩ ଜଣ ଅଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ମୋଟ ୪୯ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରେ ୪ ଜଣ କୋଭିଡ ଯୋଦ୍ଧା ଥିବା ବେଳେ ୩୩ ଜଣ ପୁରୁଷ ଓ ୧୨ ଜଣ ମହିଳା ଅଛନ୍ତି । ଗୃହ ସଂଗରୋଧରୁ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହତାବ ରୋଡ଼ରୁ ସର୍ବାଧିକ ୧୦ ଜଣ ଅଛନ୍ତି ।

 

 

ସୂଚନାଯୋଗ୍ୟ, କଟକ ସହରରୁ ଏପର୍ଯ୍ୟନ୍ତ ୬ ହଜାର ୮୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୪ ହଜାର ୮୭୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ୧ ହଜାର ୯୮୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୩୧ ଜଣଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର