ଖୋର୍ଦ୍ଧା ଏଲଆଇସି ଅଫିସ ନିକଟରୁ ୨୩ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ; ଅଭିଯୋଗକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ

ଖୋର୍ଦ୍ଧା: ଖୋର୍ଦ୍ଧାରୁ ଏକ ବଡ଼ ଧରଣର ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଏଲଆଇସି ଅଫିସ ନିକଟରୁ ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କଠାରୁ ୨୩ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଜଣେ ଘରୋଇ କମ୍ପାନିର କର୍ମଚାରୀ ବାପୁଜୀ ମହାରଣାଙ୍କ ଠାରୁ ବନ୍ଧୁକ ମୁନରେ ୨୩ ଲକ୍ଷ ୬୮ ହଜାର ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି।  ଏହି ଘଟଣା  ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ପାଖରେ ଥିବା ଏଲଆଇସି ଅଫିସ ଆଗରେ ଏହି ଘଟଣା ଘଟିଥିବା ଟାଉନ୍ ଥାନାରେ ଏତଲା ହୋଇଛି। ଏବେ ଟାଉନ ଥାନା ପୁଲିସ  ଏ ନେଇ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ବାପୁଜୀ ମହାରଣା ଅପରାହ୍ଣ ୩ଟାରେ ଥାନାରେ ଏତଲା ଦେଇଥିବା ବେଳେ ଦିନ ୧୧ଟା‌ ସମୟରେ ଲୁଟ୍ ହୋଇଥିବା ଉଲ୍ଲେଖ କରିଥିଲେ। ଫଳରେ ପୁଲିସର ତାଙ୍କ ଉପରେ ସନ୍ଦେହ ଆସିଥିଲା। ଏହାପରେ ଅଭିଯୋଗକାରୀଙ୍କୁ ଘଟଣାସ୍ଥଳକୁ ନିଆଯିବା ସହ ତାଙ୍କ ସହିତ ଆସିଥିବା ଆଉ ଜଣଙ୍କୁ ମଧ୍ୟ ଅଟକ ରଖ‌ାଯାଇଥିଲା।

Related image

ଦାଖଲ ଏତଲା ଅନୁସାରେ ଦିନ ୧୧ଟା ସମୟରେ ଖୋର୍ଦ୍ଧା ସତ୍ୟସାଇ ମନ୍ଦିର ରାସ୍ତାରେ ଲୁଟ ହୋଇଥିଲା । ଅଭିଯୋଗକାରୀ ଏଲଆଇସି ଅଫିସରୁ  ୨୩ ଲକ୍ଷ ଟଙ୍କାର  ଭାରୀ ବ୍ୟାଗ ନେଇ ଆଇସିଆଇସିଆଇ ବ୍ୟାଙ୍କକୁ ଜମା ପାଇଁ ଯାଉଥିବା ବେଳେ ମଂଗଳା ନଗର ସାଇମନ୍ଦିର ପାଖରେ  ଲୁଟ ହୋଇଥିଲା । ତେବେ ସରଜମିନ ତଦନ୍ତ ଓ ଯୁବକଙ୍କ ବୟାନ  ମଧ୍ୟରେ ତାଳମେଳ ନ ଥିବାରୁ ପୁଲିସ ଅଭିଯୋଗର ସତ୍ୟତା ନେଇ ସନ୍ଦେହ କରୁଛି। ବର୍ତମାନ ଅଭିଯୋଗକାରୀଙ୍କୁ ଥାନାରେ ଜେରା ଚାଲିଛି। ଲିଖିତ ଅଭିଯୋଗରେ ଯୁବକ ଜଣକ ପ୍ରଥମେ ୨ଟି ବାଇକରେ ୫ ଆସିଥିଲେ ବୋଲି ଦର୍ଶାଇଥିଳେ, ପରେ ୨ଟି ବାଇକରେ ୪ ଓ ପରେ ଗୋଟିଏ ବାଇକରେ ୨ ଜଣ ହେଲମେଟ୍ ପିନ୍ଧି ଆସିଥିବା କହିଛନ୍ତି। ଖୋର୍ଦ୍ଧା ଏସପି ଟାଉନ୍ ଥାନାରେ ଉପସ୍ଥିତ ରହି ତଦନ୍ତଙ୍କୁ ତଦାରଖ କରୁଛନ୍ତି।

ସେହିପରି ଅଭିଯୋଗକାରୀ ବ୍ୟାଙ୍କରୁ ଟଙ୍କା ନେଇ ଏଟିଏମରେ ଜମା କରୁଥିବା କମ୍ପାନି  ରୟଟର ସେଫଗାର୍ଡ କର୍ମଚାରୀ।  ଏଲ୍ଆଇସି ନିଜର ଟଙ୍କା ଆଇସିଆଇସିଆଇ ବ୍ୟାଙ୍କରେ ଜମା ରଖେ। ଆଜି ବାପୁଜୀ ଓ ଅନ୍ୟ ତିନି ଜଣ କର୍ମଚାରୀ ୨୩ ଲକ୍ଷ ଟଙ୍କା ଧରି ଯିବାର ଥିଲା।  କିନ୍ତୁ ଅନ୍ୟ ୩ ଜଣ କର୍ମଚାରୀ ବାପୁଜୀକୁ ଟଙ୍କା ଧରି ଯିବାକୁ କହି ପରେ ଆସିବେ ବୋଲି କହିଥିଲେ। ନିୟମ ବହିର୍ଭୁତ ଭାବେ ବାପୁଜୀ ଟଙ୍କା ଧରି ଆସିଥିଲା। ୧୧ଟାର ଲୁଟ ଘଟଣା ସେ ସାଢେ ୨ଟାରେ କାହିଁକି ଜଣାଇଲେ ? ଏ ନେଇ ତାଙ୍କ ଉପରିସ୍ଥ ଅଧିକାରୀ ଓ ବ୍ରାଂଚ ମ୍ୟାନେଜରଙ୍କୁ ଜଣାଇବା ପରେ ଥାନାକୁ ଆସିଥିବା ବାପୁଜୀ କହିଥିଲେ, କିନ୍ତୁ ତଦନ୍ତରେ ଏ ନେଇ ସେ କାହାରିକୁ ଜଣାଇନଥିବା ସ୍ପଷ୍ଟ ହୋଇଛି। ଫଳରେ ଅଭିଯୋଗକାରୀଙ୍କୁ ଅଟକ ରଖିଛି ପୁଲିସ।

ସମ୍ବନ୍ଧିତ ଖବର