କେନ୍ଦୁଝର : ଲକ୍ଡାଉନ୍ରେ ମଧ୍ୟ ଅମାନିଆମାନେ ବାଇକ୍ ଧରି ସହରରେ ବୁଲୁଛନ୍ତି। ଏପରି ବୁଲାବୁଲି କରୁଥିବା ଆଜି ୨୪ଜଣଙ୍କ ବାଇକ୍କୁ ଟାଉନ ପୁଲିସ ଜବତ କରିଛି। ଏହାକୁ ମିଶାଇ ତିନିଦିନରେ ପୁଲିସ ପ୍ରାୟ ୧୨୦ଟି ବାଇକ୍ ଜବତ କଲାଣି। ସେହିପରି କଟକଣା ମାନୁନଥିବା ବ୍ୟକ୍ତିଙ୍କଠାରୁ ଆଜି ୧୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଥାନା ଅଧିକାରୀ ପ୍ରମୋଦିନୀ ସାହୁ କହିଛନ୍ତି। ତେବେ ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କେନ୍ଦୁଝର ପୁଲିସ ପକ୍ଷରୁ ଟ୍ରାଞ୍ଜିଟ ପାସ୍ ବ୍ୟବସ୍ଥା କରାଯାଇଛି। ଅନ୍ଲାଇନ୍ରେ ଆବେଦନ କରି ଲୋକେ ପାସ୍ ନେଇପାରିବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଲକ୍ଡାଉନ ବେଳେ ୨୪ ବାଇକ୍ ଜବତ
/sambad/media/post_attachments/wp-content/uploads/2020/07/yezadi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)