ନାରାୟଣପାଟଣା: ଆଜି ଅପରାହ୍ନରେ ସଡ଼କ ଏକ ଦୁର୍ଘଟଣାରେ ୩୦ଜଣ ଗରିବ ଆଦିବାସୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆମ୍ବୁଲାନ୍ସ ଜରିଆରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ଗୁରୁତରଙ୍କୁ ନାରାୟଣପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ମିଳିଥିବା ସୁଚନା ଅନୁସାରେ ଆଜି ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତେନ୍ତୁଳି ପଦର ପଚାୟତରୁ ସରକାର ଙ୍କ ଏକ ଟଂକା ଚାଉଳ କିଣି ଯୁଡିଯାମ୍ବ ଓ ନାରଗାଁ ଗ୍ରାମର ଗ୍ରାମବାସୀ ଏକ ଟ୍ରାକ୍ଟର ଡାଲାରେ ଚାଉଳ ଲୋଡ କରି ତା ଉପରେ ବସି ଘରକୁ ଫେରୁଥିଲେ। ଗାଡ଼ିଟି ଘାଟି ଚଢୁଥିବା ବେଳେ ଭାରସାମ୍ୟ ହରେଇ ରାସ୍ତା କଡକୁ ଛିଟିକି ପଡ଼ିଥିଲା ଡାଲା ଯଡାଲା ଓଜନ ସମ୍ଭାଳି ନପାରି ଆସିଯାଇଥିଲା। ଫଳରେ ଡାଲାରେ ବସିଥିବା ଯାତ୍ରୀ ରାସ୍ତା କଡକୁ ଫୋପାଡି ହୋଇ ପଡିଯାଇଥିଲେ। ଏମିତି କି କିଛି ଯାତ୍ରୀଙ୍କ ଉପରେ ଚାଉଳ ବସ୍ତା ବି ଲଦି ହୋଇଯାଇଥିଲା। ଖବର ପାଇ ଟ୍ରାକ୍ଟର ମାଲିକ ଗ୍ରାମବାସୀ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଜରିଆରେ ମେଡିକାଲକୁ ପଠେଇବା ବ୍ୟବସ୍ଥା କରିଥିଲେ।
/sambad/media/post_attachments/wp-content/uploads/2020/08/550debb2-7abe-45e6-abf9-ff005bcd827a-1024x473.jpg)
ମେଡିକାଲ ପରିସରରେ ଆହତଙ୍କୁ ଦେଖିବାପାଇଁ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା। ଆହତମାନେ ହେଲେ ସାଲେୟା ମାଉକା, ମାଙ୍ଗୁଡା ମାଉକା, ମାଲି ମାଉକା, ଡମଣି ମାଉକା, ରାଜୁ ମାଉକା, ଝିମ୍ ମାଉକା, ଲାଡୁ ମାଉକା, ଜାମ୍ବା ମାଉକା, ସାନ୍ଦ ମାଉକା, ଜିରୋ ମାଉକା, ସାମ୍ବୁ ଶିରିକା, ଥିଲି ମାଉକା, ଲିମ୍ବେ ଶିରିକା, ଟିକା ମାଉକା, ରୁମି ମାଉକା, ମାଣ୍ଡା ମାଉକା, ମାସା ମାଉକା, ଲାଚଣା ନାଚିକା, ବାବୁରାଓ ନାଚିକା, ଚୁବୁଡା ନାଚିକା, ଗଙ୍ଗା ମାଉକା, ମୁସରେ ମାଉକା, ଅମି ମାଉକା, ହିକମେ ମାଉକା, ସରୋଜ ମାଉକା, ସାଲାଇ ତାଡିଙ୍ଗି, ଯୋଗୀ ମାଉକା ଅଜିତ ମାଉକା, ନାଥ ମାଉକା ଓ ଡ଼୍ରାଇଭର ଚରଣ ମୁଦୁଲି।
ଥାନା ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମହାପାତ୍ର, ତହସିଲଦାର ଅଭିଷେକ ଦାସ୍ ଗୁରୁତରଙ୍କୁ କୋରାପୁଟ ମେଡିକାଲକୁ ପଠେଇବା ବ୍ୟବସ୍ଥା କରିଥିଲେ। ଗୁରୁତର ଆହତ ହୋଇଥିବା ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଆହତମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ ବିଧାୟକ ପ୍ରଭୁ ଯାନୀ ଘଟଣା ବିଷୟରେ ଶୁଣି ଦୁଃଖ ପ୍ରକାଶ କରିବା ସହ ଆହତ ବ୍ୟକ୍ତିମାନଙ୍କର ଚିକିତ୍ସା ପାଇଁ ଜିଲ୍ଲାପ୍ରଶାସନକୁ ଟେଲିଫୋନ ଜରିଆରେ ଜଣେଇଛନ୍ତି। ସେପଟେ ମେଡିକାଲ ରେ ଚିକିତ୍ସିତ ହେଉଥିବା ଆହତ ବ୍ୟକ୍ତି ଭଲ ଥିବା ସୁଚନା ଦେଇଛନ୍ତି ମେଡିକାଲ୍ ଅଫିସର ଲକ୍ଷ୍ମୀନାରାୟଣ ନାୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/tracter-accident-18_thumb.jpg)