କଟକ ସହରରୁ ପୁଣି ୨୪୦ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୪୮ ଜଣ

କଟକ: ଆଜି କଟକ ସହରରୁ ୨୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୯୨ଜଣ ଓ ସ୍ଥାନୀୟ ଅଂଚଳରୁ ୧୪୮ ପଜିଟିଭ ଅଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ସିଏମସି ପକ୍ଷରୁ କୁହାଯାଇଛି ଯେ, ଆଜି ସରକାରୀ ସଂଗରୋଧରୁ ୩୯ ଜଣ ଓ ଗୃହ ସଂଗରୋଧରୁ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସରକାରୀ ସଂଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨୬ ଜଣ ପୁରୁଷ ଥିବା ବେଳେ ୧୩ ଜଣ ମହିଳା ଅଛନ୍ତି । ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରେ ମଂଗଳାବାଗରୁ ୬ ଜଣ, ମଠ ସାହି, ବାଉରୀ ସାହି, ସିଡିଏ ସେକ୍ଟର-୧୦, ସିଡିଏ ସେକ୍ଟର-୬ରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଅଛନ୍ତି ।

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୩୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୪୦ ଜଣ କଟକ ସହରରୁ ଅଛନ୍ତି । ତେବେ କଟକ ସହରରେ ଏପର୍ଯ୍ୟନ୍ତ ୮ ହଜାର ୨୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୫ ହଜାର ୯୮୬ ଜଣ ସୁସ୍ଥ ହୋଇଥିବା ବେଳେ ୨ ହଜାର ୧୯୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । କିନ୍ତୁ ୩୬ ଜଣ ଆକ୍ରାନ୍ତଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର