ଦଲାଲ କବଜାରେ ଆଦିବାସୀଙ୍କ ମହୁଲ ଫୁଲ, ୨୫ କେଜି ମହୁଲକୁ ୫ଟଙ୍କାରେ ବିକ୍ରି ଅଭିଯୋଗ

ନିଷ୍କ୍ରିୟ ପ୍ରଶାସନ, ମହୁଲ ପାଇଁ ପଞ୍ଚାୟତ ସ୍ତରରେ କେବେ ହେବ ଦର ଧାର୍ଯ୍ୟ?

ଭବାନୀପାଟଣା: ଆଦିବାସୀ ଓ ହରିଜନ ବହୁଳ କାଳାହାଣ୍ଡି ଅଂଚଳରେ ମହୁଲ ଅଧିବାସୀମାନଙ୍କର ଜୀବବନ ଜିବିକାର ଏକ ମାଧ୍ୟମ ହୋଇଥିବା ବେଳେ ଏମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି ଦେଶି ମଦ ତିଆରି କରୁଥିବା ମଦଭାଟି ଆଉ ଦଲାଲମାନେ। ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ଜିଲ୍ଲା ପ୍ରଶାସନର ଉଦାସିନ ମନୋଭାବ ଯୋଗୁଁ ୨୫ ଟଙ୍କାର ମହୁଲକୁ ଏମାନେ ୪ ରୁ ୫ ଟଙ୍କାରେ ଦେବାକୁ ପଡୁଛି। ଅଧିବାସୀମାନେ ଯେତେ ହାଡଭଙ୍ଗା ପରିଶ୍ରମ କଲେ ବି ସେମାନେ ତାଙ୍କର ନ୍ୟାର୍ଯ୍ୟ ପାଉଁଣା ପାଇପାରୁ ନାହାନ୍ତି । ଇଏ ହେଲା କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ଅଂଚଳ ।
ଜିଲ୍ଲାର ଗ୍ରାମାଂଚଳର ଅଧିବାସୀମାନେ ଖରା ଦିନରେ ମହୁଲ ସଂଗ୍ରହ କରି ବିକ୍ରି କରି ନିଜର ଦୈନନ୍ଦିନ ଜୀବନଯାପନ କରିଥାନ୍ତି । ଜିଲ୍ଲାରେ ରୋଜଗାର ଅଭାବରୁ ଏମାନେ ବର୍ଷବର୍ଷ ଧରି ପରମ୍ପରା ଅନୁସାରେ ଏହି ମହୁଲ ଗୋଟାଇ ଥାନ୍ତି । ହାଡ ଭଙ୍ଗା ପରିଶ୍ରମ କରି ମହୁଲ ଗୋଟାଇଲେ ବି ମହୁଲ ନିୟମ କାର୍ଯ୍ୟକାରୀ ନହେବାରୁ ଏମାନେ ଘୋର ଅବାବି ବିକ୍ରିର ଶିକାର ହେଉଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲାରେ ଧାନ ଓ କପାରେ ଚାଷୀ ଅଭାବି ବିକ୍ରିର ଶିକାର ହେଉଥିବାର ନଜିର ରହିଥିବା ବେଳେ ଏବେ ଏଠିକାର ନିରିହ ଆଦିବାସୀ ମହୁଲରେ ଅଭାବି ବିକ୍ରିର ଶିକାର ହେଉଛନ୍ତି । ପାହାଡି ଇଲାକାରୁ ଆରମ୍ଭ କରି ସମତଲ ଇଲାକା ପର୍ଯ୍ୟନ୍ତ ବହୁ ସ୍ଥାନରେ ଏମାନେ ମହୁଲ ଗୋଟାଇ ଥାନ୍ତି । ଏମିତିକି ମହୁଲ ଗୋଟଇବା ପାଇଁ ସାରା ପରିବାର ପ୍ରବଳ ଝାଞ୍ଜି ଓ ଉତାପରେ ମହୁଲ ଗୋଟାଇଥାନ୍ତି । କିନ୍ତୁ ମହୁଲ ରଖିବା ପାଇଁ ରକ୍ଷଣା ବେକ୍ଷଣର ଅଭାବ ଦଲାଲ ଓ ଦେଶି ମଦ ତିଆରି କରୁଥିବା ଭାଟିର ପ୍ରାଦୁର୍ଭାବ ଯୋଗୁଁ କେଜି ପ୍ରତି ୨୫ ଟଙ୍କା ଥିବା ମହୁଲକୁ ଏମାନଙ୍କୁ ମାତ୍ର ୪ ରୁ ୫ ଟଙ୍କାରେ ଟେକି ଦେଇଥାନ୍ତି । ବଳକା ଟଙ୍କା ଭାଟି ମାଲିକ ଓ ଦଲାଲ ବିନା ପରିଶ୍ରମରେ ନେଇଥାନ୍ତି ।
ପଂଚାୟତ ଆଇନ ଅନୁଯାୟୀ ରାଜ୍ୟ ସରକାର ମହୁଲ ପାଇଁ ସ୍ୱତନ୍ତ୍ର ଆଇନର ବ୍ୟବସ୍ଥା କରିଛନ୍ତି । ଯେଉଁଥିରେ ପଂଚାୟତ ମହୁଲର ଦର ଧାର୍ଯ୍ୟ ନିର୍ଦ୍ଧାରଣ କରିବ । ମହୁଲ ରଖିବା ପାଇଁ ଗୋଦାମ ଗୃହ ପ୍ରସ୍ତୁତ କରିବ ଏବଂ ପଂଚାୟତ ମାଧ୍ୟମରେ ମହୁଲ ବିକ୍ରି ହେବ । କିନ୍ତୁ ଏସବୁ କିଛି ହେଉନାହି ଏମିତିକି ଏହି ଆଇନ ତା ବାଟରେ ଥିବା ବେଳେ ଖୋଦ ଅଧିକାରୀମାନେ ବାସ୍ତାବରେ କଣ ହେଉଛି ତାହା ଜାଣି ପାରୁନାହାନ୍ତି । ତେବେ ଅଧିବାସୀ ମାନଙ୍କର ଜୀବନ ଜିବିକାରେ ମୁଖ୍ୟଭୁମିକା ଗ୍ରହଣ କରିଥିବା ମହୁଲ ପାଇଁ ସରକାର ଲାଗୁ କରିଥିବା ନିୟମର କେବେ ପାଳନ ହେବ ଏବଂ ମହୁଲ ସଂଗ୍ରହ କରୁଥିବା ହିତାଧିକାରୀ କେବେ ଉଚିତ ମୁଲ୍ୟ ପାଇବେ ସେନେଇ ତତ୍ପର ହେବାକୁ ସାଧାରଣରେ ଦାବି ହୋଇଛି ।
ସମ୍ବନ୍ଧିତ ଖବର