ମହାରାଷ୍ଟ୍ର ଫେରନ୍ତା ୨୫ ପ୍ରବାସୀଙ୍କୁ ମୟୂରଭଂଜ ଓ ପଶ୍ଚିମବଙ୍ଗ ପଠାଇଲା ରାଉରକେଲା ପୁଲିସ

ରାଉରକେଲା: ମହାରାଷ୍ଟ୍ରରୁ ଚାଲି ଚାଲି ଫେରୁଥିବା ୨୫ ପ୍ରବାସୀ ଶ୍ରମିକଙ୍କୁ ପଶ୍ଚିମବଙ୍ଗ, ମୟୁରଭଞ୍ଜ ପଠାଇଲା ଜିଲ୍ଲା ପୁଲିସ। ପଶ୍ଚିମାଞ୍ଚଳ ଡିଆଇଜି କବିତା ଜାଲାନ,ଏସପି କେ.ଶିବା ସୁବ୍ରମଣିଙ୍କ ଉପସ୍ଥିତିରେ ଶ୍ରମିକମାନେ ପୁଲିସ ବସରେ ନିଜ ନିଜ ଗାଁକୁ ଫେରିଛନ୍ତି। ଆଜି ଦିନ ପ୍ରାୟ ୧୧ଟାରେ ଶ୍ରମିକମାନେ ପ୍ଲାଣ୍ଟ ସାଇଟ ବଣିଆ ଗେଟରେ ପହଞ୍ଚି ଥିଲେ। ଏମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ପୁରୁଲିଆର ୧୮, ଓଡ଼ିଶା ମୟୂରଭଞ୍ଜର ୭ ଜଣ ପ୍ରବାସୀ ଶ୍ରମିକ। ସେମାନଙ୍କୁ ରାଉରକେଲା ମହାନଗର ପକ୍ଷରୁ ଖାଇବାକୁ ଦିଆଯାଇଥିଲା। ଏହି ସହାୟତା ପାଇଁ ଶ୍ରମିକମାନେ ମହାନଗର ଅଧିକାରୀ ଓ ଜିଲ୍ଲା ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର