ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚୋରି ହୋଇଥିବା ୨୫ଟି ବାଇକ୍ ଉଦ୍ଧାର କରିଛି। ଏହି ଚୋରିରେ ସମ୍ପୃକ୍ତ ଥିବା ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଥିବା ବେଳେ ପୁଲିସ ଅନ୍ୟ ଦୁଇଜଣଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଗିରଫଙ୍କ ମଧ୍ୟରେ କେସିଂହପୁର ପଡ଼ାପଡି ଗାଁର ଜଗନ୍ନାଥ କୌଶଲ୍ୟା, ଯୁଧିଷ୍ଟର କୌଶଲ୍ୟା, ପଦ୍ମପୁର କେନ୍ଦୁଗୁଡା ଗାଁ ର ଟୁକୁନା ବିଡ଼ିକା, ଜଟିଲିଙ୍ଗ ଗାଁ ର ଶିବଶଙ୍କର ମାଳିଆଡ଼ି,ଗୁଣୁପୁର ପେଣକାମ ଗାଁର ଅନିଲ ସୂର୍ଯ୍ୟା। ରବିବାର ଏନେଇଁ ଏକ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି ଦାୟିତ୍ୱରେ ଥିବା ଲକ୍ଷ୍ମୀପୁର ଏସଡିପିଓ ମନବ୍ରୋତା ଶତପଥି। ଲକ୍ଷ୍ମୀପୁର ଥାନା ଅଞ୍ଚଳରେ କିଛିଦିନ ତଳେ ୪ଟି ବାଇକ୍ ଚୋରି ହୋଇଥିଲା। ଚୋରି ହୋଇଥିବା ବାଇକ୍ର ମାଲିକମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଆଧାର କରି ତଦନ୍ତକାରୀ ଅଧିକାରୀ ଶାନ୍ତିଲତା ବେହେରା ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ବାଇକ୍ ଚୋର ଧରିବା ସକାଶେ ପୁଲିସ ପାଇଁ ଏକ ଚାଲେଞ୍ଜ ସୃଷ୍ଟି ହୋଇଥିଲା। କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ଲକ୍ଷ୍ମୀପୁର ଏସ୍ଡ଼ିପିଓ ଓ ଆଇ ଆଇସି ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। କିଛିଦିନ ପରେ ପୁଲିସ ଏକ ସୁରାକ ପାଇ ଲକ୍ଷ୍ମୀପୁର ମେଡିକାଲ ପଛ ପଟ କଲୋନିର ଏକ ଭଡାଘରେ ଲକ୍ଷ୍ମୀପୁର ପୁଲିସ ଚଢ଼ାଉ କରି ଦୁଇଟି ଚୋରି ବାଇକ୍ ଜବତ କରି ଦୁଇ ଜଣଙ୍କୁ ଗିରଫ କରିଥିଲା। ଉକ୍ତ ଦୁଇ ଜଣଙ୍କୁ ପଚରାଉଚୁରା କରିବା ପରେ ଏମାନଙ୍କ ମାଷ୍ଟରମାଇଣ୍ଡ ରାୟଗଡା ଜିଲ୍ଲା ପଦ୍ମପୁରର କେନ୍ଦୁଗୁଡା ଗାଁର ଚିକୁ ଗରଡ଼ା ବୋଲି ଜାଣିବାକୁ ପାଇଥିଲେ। ପରେ ରାୟଗଡା ଏସପିଙ୍କ ନିର୍ଦେଶ କ୍ରମେ ପଦ୍ମପୁର ପୁଲିସର ସହଯୋଗରେ କେନ୍ଦୁଗୁଡା ଅଞ୍ଚଳରେ ଚଢ଼ାଉ କରି ୨୫ଟି ବାଇକ୍ ଉଦ୍ଧାର କରାଯିବା ସହ ୩ଜଣ ଚୋରି ବାଇକ କିଣାଳୀଙ୍କ ସମେତ ୫ଜଣଙ୍କୁ ପୁଲିସ ଗିରଫ କରିଛି।
ଚଢ଼ାଉରେ ପଦ୍ମପୁର ଆଇଆଇସି ରଞ୍ଜନ କୁମାର ମାଝୀ, ରାୟଗଡା ଟାଉନ ଆଇଆଇସି କମଳାକାନ୍ତ ବସନ୍ତକୁମାର କହଁର, କାକିରିଗୁମ୍ମା ଆଇଆଇସି ଡମ୍ବୁରୁଧର ବାତ୍ରିଆ, ଲକ୍ଷ୍ମୀପୁର ଏସ ଆଇ ମାନସ ପ୍ରଧାନ ସମ୍ପୂର୍ଣ ସହଯୋଗ କରିଥିଲେ। ଚୋରି ହୋଇଥିବା ମୋଟରସାଇକେଲ ଗୁଡିକ ନବରଙ୍ଗପୁର କୋରାପୁଟ ରାୟଗଡା ଲକ୍ଷ୍ମୀପୁର ଓ ଗଞ୍ଜାମର ଛତ୍ରପୁର ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/a550abf8-ea41-4e29-beb7-a7d3329d5cbe.jpeg)