ମାଲକାନଗିରି : ମାଲକାନଗିରି ପୁଲିସକୁ ପୁଣି ଗଂଜେଇ ଜବତ କରିବାରେ ସଫଳତା ମିଳିଛି । ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଅଂଚଳରେ ଗଂଜେଇ ଚାଲାଣ ଉପରେ ଜୋରସୋରରେ ଚଢାଉ କରାଯାଉଛି। ଯାହାଫଳରେ ଗଂଜେଇ ମାଫିଆମାନେ ଏବେ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି । ଏହି କ୍ରମରେ ଆଜି ଚିତ୍ରକୋଣ୍ଡା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଦୋରାଘାଟ ଠାରେ ଚଢାଉ କରିଥିଲେ । ଜଣେ ବ୍ୟକ୍ତି ଡଂଗାରେ ଗଂଜେଇ ଚାଲାଣ କରି ଆନ୍ଧ୍ରକୁ ଚାଲାଣ କରୁଥିବା ବେଳେ ପୁଲିସ କାବୁ କରିଥିଲା। ଡଂଗା ସହ ଗଂଜେଇକୁ ଜବତ କରିଥିଲା।ଡଂଗାରେ ୧୦ ପ୍ୟାକେଟ ଗଂଜେଇ ଚାଲାଣ କରୁଥିଲା ।

Advertisment

ଏହି ଗଂଜେଇର ଓଜନ ୨୫୦ କିଲୋ ବୋଲି ଜଣାପଡିଛି । ବାଲିମେଳା ଅଂଚଳର ଏମଭି-୧୦୯ ଗ୍ରାମର ସୁମନ୍ତ ସରକାର(୫୨) କୁ ପୁଲିସ ଗିରଫ କରିବାରେ ସଫଳତା ହାସଲ କରିଛି।ଗଂଜେଇ ଚାଲାଣ ହେଉଥିବା ବୋଟ ଏବଂ ଗୋଟିଏ ମୋବାଇଲ ଫୋନକୁ ମଧ୍ୟ ପୁଲିସ ଜବତ କରିଛି ।ଗଂଜେଇ ଚାଲାଣ ରୋକିବାରେ ମାଲକାନଗିରି ପୁଲିସ ବହୁ ମାତ୍ରାରେ ସଫଳତା ହାସଲ କରିଛି । ମାଫିଆମାନେ ବିଭିନ୍ନ ଉପାୟରେ ଗଂଜେଇ ଚାଲାଣ କରୁଥିବା ବେଳେ ପୁଲିସର ଇନଫର୍ମରମାନେ ପୁଲିସକୁ ତୁରନ୍ତ ଖବର ଦେବା ଯୋଗୁଁ ଗଂଜେଇ ଚାଲଣରେ ରୋକ ଲଗାଯାଇପାରିଛି ।ଗଂଜେଇ ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଆଜି ପୁଲିସ କୋର୍ଟ ଚାଲାଣ କରିଛି । ଏହି ଗଂଜେଇରୁ ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।ପ୍ରକାଶ ଥାଉକି ଚିତ୍ରକୋଣ୍ଡା ଥାନା ଅଂଚଳରୁ ହିଁ କ୍ବିଣ୍ଟାଲ କ୍ବିଣ୍ଟାଲ ଗଂଜେଇ ବାହାର ରାଜ୍ୟ ଏବଂ ଜିଲ୍ଲାକୁ ରପ୍ତାନୀ ହେଉଛି।ଯାହାକୁ ପୁଲିସ ସବୁ ରାସ୍ତାରେ ଏବେ ଅବରୋଧ କରି ଜଗି ରହିଛି । ନିର୍ବାଚନି ମାହଲ ଥିବାରୁ ଗଂଜେଇ ମାଫିଆମାନେ ସହଜରେ ଖସି ପଳାଇବାର ଉପାୟ କରୁଥିବା ବେଳେ ପୁଲିସର ଏହି ଚଢାଉ ଆଗାମୀ ଦିନରେ ମାଫିଆମାନେ ସତର୍କ କରାଇଦେବ ବୋଲି କୁହାଯାଇଛି।