କୋରାପୁଟ: ଅଢେଇ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ନୂଆ‌ ୯୫ ସଂକ୍ରମିତ ଚିହ୍ନଟ

କୋରାପୁଟ: ଅଗଷ୍ଟ ଆରମ୍ଭରୁ କୋରାପୁଟ ଜିଲ୍ଳାରେ ବୃଦ୍ଧି ପାଇଥିବା କରୋନା ସଂକ୍ରମଣ ଜିଲ୍ଲାକୁ ଭୟଙ୍କର ସ୍ଥିତିରେ ପହଞ୍ଚାଇଛି। ଆଜି ଜିଲ୍ଲାର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ଅଢେଇ ହଜାର ପାର କରି ଯାଇଛି। ଏଥିରୁ ପ୍ରାୟ ୧ ହଜାର ସକ୍ରିୟ ସଂକ୍ରମିତ ଏବେ ଚିକିତ୍ସାଧୀନ ରହିଥିଲାବେଳେ ଦେଢ ହଜାର ଲୋକ ଆରୋଗ୍ୟ ହୋଇ ଘରକୁ ଫେରିଲେଣି। ଏହି ମହାମାରୀ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୩ ଜଣଙ୍କ ଜୀବନ ନେଇଛି।

କରୋନା ସଂକ୍ରମଣକୁ ନେଇ ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିଲାବେଳେ ଆଜି ‌କୋରାପୁଟ ଜିଲ୍ଳାରୁ ଆଉ ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏଥିରୁ ୭ ଜଣ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ୫୧ ଜଣ ପୂର୍ବ ଆକ୍ରାନ୍ତଙ୍କ ସିଧାସଳଖ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ୩୭ ଜଣ ସ୍ଥାନୀୟ ସଂକ୍ରମିତ। ୯ ଜଣ କଣ୍ଟେନମେଣ୍ଟ ଜୋନରୁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜିର ସଂକ୍ରମିତଙ୍କ ମିଶାଇ ଜିଲ୍ଳାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୨୬ରେ ପହଞ୍ଚିଛି। ଏପଟେ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ପ୍ରାୟ ଦେଢ ହଜାର ଛୁଇଁଛି।

କୋରାପୁଟ ଜିଲ୍ଳାରେ ସଂକ୍ରମିତଙ୍କ ତାଲିକାରେ ଆଜି ଜୟପୁର ଶୀର୍ଷ ସ୍ଥାନରେ ରହିଛି। ଏଠାରୁ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୋରାପୁଟ ସହରରୁ ୯ଜଣ ଓ ସୁନାବେଡା ସହରରୁ ୪ ଜଣ ଅଛନ୍ତି। ବୈପାରୀଗୁଡାରୁ ଜଣେ, ବୋରିଗୁମ୍ମା ବ୍ଳକରୁ ୫ ଜଣ, ଦଶମନ୍ତପୁର ବ୍ଲକରୁ ୫ ଜଣ, ଜୟପୁର ବ୍ଲକରୁ ୫ଜଣ, କୋରାପୁଟ ବ୍ଲକରୁ ଜଣେ, କୁନ୍ଦୁରା ବ୍ଳକରୁ ୩ ଜଣ, ଲମତାପୁଟ ବ୍ଲକରୁ ୪ ଜଣ, ଲକ୍ଷ୍ମୀପୁର ବ୍ଳକରୁ ୩ ଜଣ, ନାରାୟଣପାଟଣା ବ୍ଲକରୁ ୨ ଜଣ ଓ ପଟାଙ୍ଗୀ ବ୍ଳକରୁ ୧୦ ଜଣ ସଂକ୍ରମିତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ସଂକ୍ରମିତଙ୍କ ମଧ୍ୟରୁ  ଆନ୍ଧ୍ରରୁ ୩ ଜଣ ଫେରିଛନ୍ତି। ହାଇଦ୍ରାବାଦ, ଭୁବନେଶ୍ବର, ବାଲେଶ୍ବର ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ କୋରାପୁଟ ଆସିଛନ୍ତି। ଏମାନେ ସମସ୍ତେ ସଙ୍ଗରୋଧରେ ରହୁଥିଲେ। ଭୁବନେଶ୍ବର ଏମସରେ କୋରାପୁଟରୁ ୩ ଜଣ ଚିକିତ୍ସିତ ହେଇଥିବା ସମୟରେ କୋଭିଡ ପଜିଟିଭ ଥିବା ଜଣାପଡିଛି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୬୨ଜଣ ପୁରୁଷ ଥିଲାବେଳେ ୩୩ଜଣ ମହିଳା ରହିଛନ୍ତି।

 

ସମ୍ବନ୍ଧିତ ଖବର