ଭୋଟର ତାଲିକା ପ୍ରକାଶନ: ଜୟପୁର ପୌରପାଳିକାରେ ୨୫୩୮ଭୋଟର କଟି‌ଲେ

ଜୟପୁର: ଆଜି ଭୋଟର ତାଲିକା ପ୍ରକାଶନ ହୋଇଛି। ଏହି କ୍ରମରେ ଆଜି ପୌରପାଳିକା ପରିସରରେ ସହରର ୨୮ଟି ୱାର୍ଡର ଭୋଟର ତାଲିକା ପ୍ରକାଶନ କରିବା ସହ ପ୍ରଦର୍ଶନ କରାଯାଇଛି। ନୂଆ ସଂଯୋଗ, ବିଯୋଗ ସହ ମୃତକଙ୍କ ନାଁକୁ କଟାଯାଇଛି। ଏହି କ୍ରମରେ ଜୟପୁର ପୌରପାଳିକାର ୨୮ଟି ୱାର୍ଡରେ ୨୫୩୮ଜଣ ମତଦାତାଙ୍କ ନାଁ କଟିଥିବା କହିଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ପୂର୍ବରୁ ଜୟପୁର ପୌରପାଳିକାରେ ୬୩ହଜାର ୧୯୨ଜଣ ମତଦାତାଙ୍କ ନାଁ ଭୋଟର ତାଲିକାରେ ରହିଥିବା ବେଳେ ୨୫୩୮ଜଣଙ୍କର ନାଁ କଟିବା ପରେ ଏବେ ୬୦ହଜାର ୬୫୪ଜଣ ମତଦାତା ରହିଥିବା କହିଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଟ୍ଟନାୟକ। ଆଜି ପୌରପାଳିକା କାର୍ଯ୍ୟାଳୟ ସମେତ ସମସ୍ତ ୱାର୍ଡରେ ବିଏଲଓ ମାନେ ନିଜ ନିଜ ୱାର୍ଡର ଭୋଟର ତାଲିକା ପ୍ରକାଶନ କରିଛନ୍ତି।

ସମ୍ବନ୍ଧିତ ଖବର