ଭଦ୍ରକ: ଧୁଷୁରୀ ପୁଲିସ ପକ୍ଷରୁ ଅସୁରାଳି ନିକଟରୁ ୨୬୫ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏହି ଘଟଣାରେ ଧୁଷୁରୀ ପୁଲିସ ତିନିଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ମାନେ ହେଲେ ମଣିଭଦ୍ର ସାହୁ, ନିରାକାର ଜେନା ଓ ତ୍ରିଲୋଚନ ଦାସ। ଧୁଷୁରୀ ପୁଲିସ ସେମାନଙ୍କ ନିକଟରୁ ୧୨ଟି ମୋବାଇଲ, ନଗଦ ୩୧ ହଜାର ୮୦୦ ଟଙ୍କା, ଗୋଟିଏ ସ୍କୁଟି ଜବତ କରିଛି। ବହୁ ଦିନ ଧରି ଭଦ୍ରକ ଜିଲ୍ଲାରେ ଏମାନେ ବ୍ରାଉନ ସୁଗାର ବେପାର ଚଳାଇ ଆସୁଥିଲେ, ଯାହାକି ପୁଲିସର ସ୍କାନରରେ ଏମାନେ ରହି ଆସିଥିଲେ।
ଧୁଷୁରୀ ପୁଲିସ କୌଣସି ସୂତ୍ରରୁ ଅସୁରାଳି ନିକଟରେ ଚଢାଉ କରି ବ୍ରାଉନ ସୁଗାର ଜବତ ସହ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିଛି। ଅଭିଯୁକ୍ତ ମାନେ ବ୍ରାଉନ ସୁଗାର ହେଉ କି ଅନ୍ୟ ନିଶା ଦ୍ରବ୍ୟ, ଯେଉଁମାନେ ଏହି କାମରେ ସମ୍ପୃକ୍ତ ଥିବେ ସେମାନଙ୍କ ଉପରେ ଜ଼ିଲ୍ଲା ପୁଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜ଼ିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତେବେ ଏହି ବ୍ରାଉନ ସୁଗାର ବେପାରୀ ମାନଙ୍କୁ ବାଲେଶ୍ୱରରୁ ଧୁଷୁରୀ ଅଞ୍ଚଳକୁ ଆସୁଥିବା ସମୟରେ ପୁଲିସ ଧରିଥିଲା।
/sambad/media/post_attachments/wp-content/uploads/2021/03/IMG-20210303-WA0042-1024x555.jpg)
ଗତକାଲି ଭଦ୍ରକରୁ୨୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଥିଲା। ଭଦ୍ରକର ତିହିଡ଼ି ଥାନା ଅନ୍ତର୍ଗତ ନନ୍ଦପୁର ଛକଠାରେ କଟକର ଦୁଇଟି ସ୍ବତନ୍ତ୍ର ଟିମ୍ ଚଢ଼ାଉ କରିଥିଲା। ଏଠାରୁ ୨୩୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଜବତ ବ୍ରାଉନ ସୁଗାରର ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ତିହିଡ଼ି ଥାନା ଅଞ୍ଚଳର କୈଳାସ ମଲିକ(୨୮) ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଏନେଇ ତିହିଡ଼ି ଥାନା ଆଇଆଇସି ଜଗଦିଶ ଚନ୍ଦ୍ର ସାମଲ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/IMG-20210303-WA0043.jpg)