କଟକ: ଆଜି କଟକ ସହରରୁ ମୋଟ ୨୬୬ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥିରେ ୧୩୦ ଜଣ ସଂଗରୋଧ ଓ ୧୩୬ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ସିଏମସି ପକ୍ଷରୁ କୁହାଯାଇଛି ଯେ, ସରକାରୀ ସଂଗରୋଧରୁ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୪୭ ଜଣ ପୁରୁଷ ଓ ୧୬ ଜଣ ମହିଳା ଅଛନ୍ତି । ଗୃହ ସଂଗରୋଧରୁ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତୁଳସୀପରୁରରୁ ୬ ଜଣ, ସିଡିଏ ସେକ୍ଟ-୬, ଝାଞ୍ଜିରୀମଙ୍ଗଳା, ନିମସାହିରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୫୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ କଟକ ସହରରୁ ୨୬୬ ଜଣ ଅଛନ୍ତି । ତେବେ ଏଯାଏଁ କଟକ ସହରରୁ ୯ ହଜାର ୯୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୭ ହଜାର ୪୩୦ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୨ ହଜାର ୪୫୧ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୪୦ ଜଣଙ୍କର ପ୍ରାଣହାନୀ ଘଟିଛି ।