ମୟୂରଭଞ୍ଜରେ ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି

ବର୍ଷାର ପରିମାଣ  ହାରାହାରି ୨୬ ମିମି ରହିଛି

ବାରିପଦା: ମୟୂରଭଞ୍ଜରେ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ସମସ୍ତ ନଦନଦୀର ଜଳସ୍ତର ଆଜି ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତର ବହୁ ନିମ୍ନରେ ତଳେ ପ୍ରବାହିତ ହେଉଥିବା ବେଳେ ଜିଲ୍ଲାରେ ହାରାହାରି ବୃଷ୍ଟିପାତ  ମିମି ହୋଇଥିବାର ଜଣାପଡ଼ିଛି ।

ଶାମାଖୁଣ୍ଟା ବ୍ଲକର ପୋଡ଼ିଅସ୍ତିଆ ନିକଟରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଙ୍କେତ ୩୦.୯୨ ମିଟର ଠାରୁ ୯.୯୮ ମିଟର ତଳେ ପ୍ରବାହିତ ହେଉଥିବା ବେଳେ ଗୋବିନ୍ଦପୁରଠାରେ ବିପଦ ସଙ୍କେତର ୭.୦୮ ମିଟର ତଳେ ପ୍ରବାହିତ ହେଉଥିଲା । ସେହିପରି ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେତର ୬.୯୩ ମିଟର ତଳେ, ଜୟପୁରଠାରେ ସୁନୋ ନଦୀର ଜଳସ୍ତର ବିପଦ ସଙ୍କେତର ୭.୪୪ ମିଟର , ଜଳକା ନଦୀର ଜଳସ୍ତର ବିପଦ ସଙ୍କେତର ୨ ମିଟର ତଳେ ଏବଂ ବାଲିମୁଣ୍ଡଳୀ ନିକଟରେ ଗଙ୍ଗାହାର ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତର ବହୁ ନିମ୍ନରେ ପ୍ରବାହିତ ହେଉଥିବାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ସେହିପରି କାଳ ନଦୀ ବନ୍ଧର ଜଳଧାରଣ କ୍ଷମତା ୨,୪୨୪ ହେକ୍ଟୋ ମିଟର ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୨୪୬ ହେକ୍ଟୋ ମିଟର, ସୁନେଇ ନଦୀବନ୍ଧର ଜଳଧାରଣ କ୍ଷମତା ୬୧୬୦ ହେକ୍ଟୋ ମିଟର ରହିଥିବା ବେଳେ ବର୍ତ୍ତମାନ ୧୬୮୯.୪୩ ହେକ୍ଟୋ ମିଟର, ଖଡ଼କେଇ ନଦୀବନ୍ଧର ଜଳ ଧାରଣ କ୍ଷମତା ୫୬୨୨ ହେକ୍ଟୋ ମିଟର ରହିଥିବା ବେଳେ ୨୬୦୦.୭୧ ହେକ୍ଟୋ ମିଟର, ନେସା ନଦୀବନ୍ଧର ଜଳଧାରଣ କ୍ଷମତା ୬୫୮.୪୦ ହେକ୍ଟୋ ମିଟର ରହିଥିବା ବେଳେ ୧୭୧.୪୦ ହେକ୍ଟୋ ମିଟର ଏବଂ ବାଙ୍କବଳ ନଦୀବନ୍ଧର ଜଳ ଧାରଣ କ୍ଷମତା ୨୫୭୮ ହେକ୍ଟୋ ମିଟର ରହିଥିବା ବେଳେ ୪୮୮.୪୧ ହେକ୍ଟୋ ମିଟର ରହିଥିବାର ସୂଚନା ମିଳିଛି ।

ସେହିପରି ଜମ୍ଭୀରା, ପଳପଳା, ଜରାଳି, ସରାଳି, ସଞ୍ଜ ଆଦି ବିଭିନ୍ନ ଶାଖା ନଦୀର ଜଳସ୍ତର ମଧ୍ୟ ବହୁ ନିମ୍ନରେ ରହିଛି । ବର୍ତ୍ତମାନ ଗ୍ରୀଷ୍ମ ଋତୁ ହୋଇଥିବାରୁ ଜିଲ୍ଲାରେ ସମସ୍ତ ନଦନଦୀଗୁଡ଼ିକ ପ୍ରାୟତଃ ଶୁଖିଲା ପଡ଼ି ଥିବାର ପରିଲକ୍ଷିତ ହୋଇଛି ଏବଂ ଯଦି ୩ରୁ ୪ ଦିନ ଲଗାଣ ଭାବେ ପ୍ରବଳ ବା ଅତି ପ୍ରବଳ ବର୍ଷା ହେବ ତେବେ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ୩୬ ମିମି ବର୍ଷା  ହୋଇଥିବାର ଜଣାପଡ଼ିଛି ।

ସମ୍ବନ୍ଧିତ ଖବର