ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ପକ୍ଷରୁ ଆରୁହା, ଶଙ୍ଖାରିଡିହ, ରଥିଆ, ମାଣ୍ତିଆ, ବିରିବାଟି ଓ ବାଜବାଟି ମୌଜାରେ ବେଆଇନ ଭାବେ ଚାଲିଥିବା ୨୭ଟି କ୍ରସରକୁ ଆଜି ସିଲ୍ କରା ଯାଇଥିବା ବେଳେ ୩ଟି କ୍ରସରକୁ ଭଙ୍ଗାଯାଇଛି । ଏଥିସହ ଏଠାରେ ଥିବା କଳାପଥର, ଚିପ୍ସ ଆଦି ଲଘୁ ଖଣିଜ ସାମଗ୍ରୀକୁ ପ୍ରଶାସନ ଜବତ କରିଛି। ଷଷ୍ଠ ଦିନରେ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ, ଧର୍ମଶାଳା ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟ, ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି, ଥାନା ଅଧିକାରୀ ସରୋଜ କୁମାର ସାହୁ, ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଅଧିକାରୀଙ୍କ ସମେତ ପୁଲିସ୍ ଫୋର୍ସ, ବିଦ୍ୟୁତ୍, ଖଣି ଓ ରାଜସ୍ବ ବିଭାଗର କର୍ମଚାରୀମାନେ ଏହି ଚଢ଼ଉରେ ସାମିଲ୍ ହୋଇଥିଲେ
୨୭ କ୍ରସର ସିଲ୍, ଭଙ୍ଗାଗଲା ୩
/sambad/media/post_attachments/wp-content/uploads/2020/12/1d610e0d-ffbc-414d-8c59-126da6ac8b25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)