କଟକ: କଟକ ସହରରେ ଆଜି ପୁଣି ୨୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ଜଣଙ୍କ ମଧ୍ୟରୁ ୨୦ଜଣ ଇନ୍ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪ଜଣ ଘରୋଇ ସଙ୍ଗରୋଧ ଓ ତିନିଟି ସ୍ଥାନୀୟ ମାମଲା ରହିଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟରରେ ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ କଟକରେ ଏଯାବତ ୨୯୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୩୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଇନ୍ଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୨୦ଜଣଙ୍କ ମଧ୍ୟରୁ ୧୭ଜଣ ନିକଟରେ ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନସର ସେଣ୍ଟରରୁ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଏଥି ମଧ୍ୟରେ ୫ ଜଣ ମହିଳା ଥିବା ବେଳେ ୧୨ଜଣ ପୁରୁଷ ରହିଛନ୍ତି। ମହିଳାଙ୍କ ବୟସ ଯଥାକ୍ରମେ ୪୦, ୨୦, ୪୨, ୪୬ ଓ ୫୫ମଧ୍ୟରେ ରହିଛି। ସେହିପରି ୧୨ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୪୫, ୪୦ ୬୦, ୭୨, ୪୫ ୨୨, ୬୮, ୩୪, ୨୫, ୪୨, ୨୪ ଓ ୩୭ବର୍ଷ ରହିଛି। ଏଥିସହିତ ଅନ୍ୟ ତିନିଜଣ ନିକଟରେ ଅନ୍ୟ ଜିଲ୍ଲାକୁ ଯାତ୍ରା କରି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
#COVID19 update in Cuttack city (CMC area)
Out of the 39 new COVID-19 +ve cases reported today in #Cuttack district, 27 +ve cases belong to Cuttack city (CMC area).
Regret to inform 5 deaths that took place recently. 2 COVID related and 3 for other underlying health issues. pic.twitter.com/fDl2mMWWnF
— CMC,Cuttack (@CMCCuttack) July 14, 2020
ସେହିପରି ଘରେ ସଙ୍ଗରୋଧରେ ରହିଥିବା ୪ଜଣଙ୍କ ମଧ୍ୟରୁ ପ୍ରତାପନଗରୀ ଗୌଡ଼ସାହି ଅଞ୍ଚଳରୁ ଜଣେ ୨୪ବର୍ଷର ମହିଳା , ଜଣେ ୫୫ବର୍ଷର ମହିଳା ଓ ଜଣେ ୧୮ବର୍ଷର ବାଳକ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ମଙ୍ଗଳା ଲେନ୍ ଶଙ୍କରପୁର ଅଞ୍ଚଳରୁ ଜଣେ ୪୨ବର୍ଷର ପୁରୁଷ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ତିନିଜଣଙ୍କ ମଧ୍ୟରୁ ରାଉସପଟଣାରୁ ଜଣେ ୫୦ବର୍ଷର ମହିଳା ଓ ଜଣେ ୩୦ବର୍ଷର ପୁରୁଷ ଏବଂ ଜୋବ୍ରାର ମୁରାଦ ଖାନ୍ ପାଟଣାରୁ ୫୬ବର୍ଷର ପୁରୁଷଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି।