ଜୟପୁର: ଯୁବମାନସର ପ୍ରତୀକ ସ୍ବାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀରେ ଆବାହକ ସୁଧାଂଶୁ ‌ଶେଖର ଜେନାଙ୍କ ଆବାହକତ୍ବରେ ସଂଧ୍ୟା ଫଙ୍କସନ୍ ହଲ ପରିସରରେ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ  ଜୟପୁର, ବୋରିଗୁମ୍ମା, କୁମୁଲି .କାମତା, ନାରିଗାଁ, ବିସିଂହପୁର ଆଦି ଅଂଚଳର ୨୭ଜଣ କରସେବକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆବହକ ଶ୍ରୀ ଜେନାଙ୍କ ନେତୃତ୍ବରେ ଜୟପୁର ପୌରପାଳିକା, ଜୟପୁର ବ୍ଲକ ଓ ବୋରିଗୁମ୍ମା ବ୍ଲକ ଅଂଚଳର ଶତାଧିକ ଯୁବକଙ୍କୁ ନେଇ ‘‘ଜୟଶ୍ରୀରାମ’’ ନାରା ଦେଇ ବାଇକ୍ ଶୋଭାଯାତ୍ରା କରାଯାଇଥିଲା। ହାନାଗୁଡାରୁ ଫୁଟବଲ ପଡ଼ିଆରୁ ଜୟନଗର, ପଂଚାନନ ମନ୍ଦିର ରାଜୁସାହି, ତାରିଣୀଛକ, ରାଜନହର, ରଥପଡ଼ିଆ ଦେଇ ମୁଖ୍ୟରାସ୍ତାରେ ଟ୍ରାଫିକ ଛକ ଦେଇ ସଂଧ୍ୟା ଫଙ୍କସନ୍ ହଲ୍ ପର୍ଯ୍ୟନ୍ତ ଏହି ବାଇକ୍  ଶୋଭାଯାତ୍ରା କରାଯାଇଥିଲା। ଗୈରୀକ ପତ୍ତାକା ଧରି ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳିଥିଲା। ଏହି ସଭାରେ ମୁଖ୍ୟବକ୍ତା ଭାବେ ମହାରାଷ୍ଟ୍ର ବିଦର୍ଭ ପ୍ରାନ୍ତର ସଂସ୍କୃତି ଭାରତିର ପ୍ରମୁଖ ଭରତ କୁମାର ପଣ୍ଡା ଯୋଗ ଦେଇ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ, ଆଦର୍ଶ ଓ ମନ୍ତ୍ର ସ୍ପର୍ଶୀ ଭାଷଣକୁ ନେଇ ମତ ଦେଇଥିଲେ।

Advertisment

ଯୁବବର୍ଗ ସଜାଗ ହେବା ସହ ପାଶ୍ଚତ୍ୟମୁଖୀକୁ ବର୍ଜନ କରିବାକୁ ଆହ୍ବାନ ଦେଇଥିଲେ। ସମାଜକୁ ଧର୍ମ ଓ ବର୍ଣ୍ଣ ନାଁରେ ବିଭେଦ ସୃଷ୍ଟି କରିବାକୁ ଚେ‌ଷ୍ଟା କରୁଥିବା କୁଚକ୍ରୀଙ୍କୁ ଚିହ୍ନିବାକୁ ପରାମର୍ଶ ଦେଇଥିଲେ। ଆସନ୍ତା ୨୨ତାରିଖ ଦିନ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ନିଶ୍ଚିତ ରୁପେ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି କହିଥିଲେ। ରାମରାଜ୍ୟସ୍ଥାପନ କରିବା ପାଇଁ  ଯୁବବର୍ଗ  ସଂକଳ୍ପବଦ୍ଧ ହେବାକୁ ଆହ୍ବନ ଦେଇଥିଲେ। ସ୍ବାମୀ ବିବେକାନନ୍ଦଙ୍କ ମାର୍ଗଦର୍ଶନରେ ଯୁବବର୍ଗ ଆଗେଇବାକୁ ଆବହକ ଶ୍ରୀ ଜେନା ଆହ୍ବାନ ଦେଇଥିଲେ। ଏହି ଅବସରର ଜୟପୁରର କରସେବକ ବାବୁ ଭାଇ ବଜରଙ୍ଗୀ,  ରାଧାକାନ୍ତ ରଥ, କିଶୋର ବେହେରା, ସତ୍ୟ ଦାଶ, ଲକ୍ଷ୍ମୀକାନ୍ତ ମିଶ୍ର, ହରିଦାସ ତ୍ରିପାଠୀ, ଦେବେନ୍ଦ୍ର ବାହିନୀପତି, ଦେବୀ ପ୍ରସାଦ ପଣ୍ଡା, କାହ୍ନୁ ଚରଣ ଗନ୍ତାୟତ, ମୃତ୍ୟୁଂଜୟ ପାଢ଼ୀ, ଶତ୍ରୁଘ୍ନ ପଣ୍ଡା , ଡମୁ ପୁଜାରୀ,ଅରୁଣ କୁମାର ରାହା, କୁମୁଲିର ରତ୍ନାକର ଭଟ୍ଟ, ଲମ୍ବୋଧର ପଣ୍ଡା, ଲଛମନ ମହାପାତ୍ର, ପଂଚାନନ ଦେବତା, ସୁଶାନ୍ତ (ମକର) କୁମାର ପଣ୍ଡା, ନାରିଗାଁର ବାଲ୍ୟ ଷଡଙ୍ଗୀ, ବିସିଂହପୁରର ସୀମାଂଚଳ ମହାଙ୍କୁଡ, କାମତା ଲକ୍ଷ୍ମଣ ଗଲରୀ, ଗୁପ୍ତ ପ୍ରସାଦ ଚକ୍ର, ରାମନାଥ ନାୟକ, ବୋରିଗୁମ୍ମାର ଭି.ତ୍ରିପତି ରାଓ, ଡି.ବିରଚିଂନାରାୟଣ, ଟି.ତ୍ରିପତି ରାଓ, ପଦ୍ମରଣ ପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଂଚକୁ ଏ.ଦୁର୍ଗା ପ୍ରସାଦ ସଂଯୋଜନା କରିଥିଲେ। ବିଜୟ ନାରାୟଣ ସାହୁ, ଗୌରଦାସ, ମୋହନ ଦୋରା, ରାମ ଖରା, ଅଭିମନ୍ୟୁ ସୁନା, ଅରୁଣ କୁମାର ବେହେରା, ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କମଳାକାନ୍ତ ବିଶ୍ବାଳ ଧନ୍ୟବାଦ ଦେଇଥିଲେ। ଗତ ୨୦୧୯ସାଧାରଣ ନିର୍ବାଚନ ସମୟରେ ବିଜେପିର ଆଶାୟୀ ଭାବେ ସୁଧାଂଶୁ ରହିଥିଲେ। ଏବେ ବି ସେ ବିଜେପିର ଆଶାୟୀ ପ୍ରାର୍ଥୀ ଭାବେ ରହିଛନ୍ତି। ତେବେ ଯୁବ ସମାବେଶ କରି ନିଜ ଶକ୍ତି ପ୍ରଦର୍ଶନ ସୁଧାଂଶୁ କରିଛନ୍ତି କି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଚର୍ଚ୍ଚା ଜୋର ଧରିଛି।