କଟକ: ଆଜି କଟକ ସହରରୁ ମୋଟ ୨୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୧୮୧ ଜଣ ସଂଗରୋଧ ଓ ୯୪ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ସଂକ୍ରମିତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

Advertisment

publive-image

ସିଏମସି ପକ୍ଷରୁ କୁହାଯାଇଛି ଯେ, ସରକାରୀ ସଂଗରୋଧରୁ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୫୮ ଜଣ ପୁରୁଷ ଓ ୨୫ ଜଣ ମହିଳା ଅଛନ୍ତି । ଗୃହ ସଂଗରୋଧରୁ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଲ୍ୟାଣୀ ନଗରରୁ ୯ ଜଣ, ବିଡ଼ାନାସୀରୁ ୫ ଜଣ, ଗରଦପୁରରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଆଜି କଟକ ଜିଲ୍ଲାରୁ ମୋଟ ୪୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ କଟକ ସହରରୁ ୨୭୫ ଅଛନ୍ତି । ତେବେ ଏଯାଏଁ କଟକ ସହରରୁ ୯ ହଜାର ୩୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୬ ହଜାର ୯୩୮ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୨ ହଜାର ୩୪୪ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୩୮ ଜଣଙ୍କର ପ୍ରାଣହାନୀ ଘଟିଛି ।

publive-image

ତେବେ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଅରୁଣଦୋୟ ମାର୍କେଟ, କଲେଜ ଛକ, ବିଡାନାସୀ, ସିଡିଏ ସେକ୍ଟର, କଲ୍ୟାଣୀ ନଗରରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।