ଦିନକରେ ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୨୮ ଲକ୍ଷର ଦାନ, ୫୦ ଭରି ସୁନା

ପୁରୀ : ଆଜି ପବିତ୍ର ଅଁଳା ନବମୀ ଉପଲକ୍ଷେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଥିଲା । ଶ୍ରୀଜୀଉଙ୍କ ଦର୍ଶନ ସହ ଭକ୍ତମାନେ ଶ୍ରୀମନ୍ଦିରକୁ ମନଖୋଲି ଦାନ କରିଛନ୍ତି । ଆଜି ଗୋଟିଏ ଦିନରେ ରେକର୍ଡ ୨୮ ଲକ୍ଷ ନଗଦ ଟଙ୍କା ଦାନ ମିଳିଥିବାବେଳେ ୫୦ ଭରି ସୁନା ଓ ୬୧ ଗ୍ରାମ ରୁପା ମଧ୍ୟ ମିଳିଛି । ସାଧାରଣ ଦିନମାନଙ୍କରେ ଶ୍ରୀମନ୍ଦିର ହୁଣ୍ଡିରୁ ହାରାହାରି ୩ରୁ ୪ ଲକ୍ଷ ଟଙ୍କାର ଦାନ ମିଳୁଥିବାବେଳେ ଆଜିର ଦାନ ପରିମାଣ ପୂର୍ବ ରେକର୍ଡ ଭାଙ୍ଗି ଦେଇଛି ।

ଗତ ୨୦୧୮ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ହୁଣ୍ଡିରେ ଦାନ ପରିମାଣ ବୃଦ୍ଧି ପରିଲକ୍ଷିତ ହୋଉଛି । ୨୦୧୮ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଶ୍ରୀମନ୍ଦିରକୁ ଦିଆଯାଇଥିବା ଦାନ ସେବାୟତମାନେ ନେଇପାରିବେ ନାହିଁ । ତେବେ କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲାଗିବା ପରେ ହୁଣ୍ଡିରୁ ହେଉଥିବା ଆୟ ହ୍ରାସ ପାଇଥିଲା । କିନ୍ତୁ ଏବେ କଟକଣା ହଟିବା ପରେ ଧୀରେ ଧୀରେ ଭକ୍ତଙ୍କ ଦାନ ପରିମାଣ ବଢିଚାଲିଛି ।

 

 

ସମ୍ବନ୍ଧିତ ଖବର