ଜୟପୁର: କୋରାପୁଟ ଏସପି ଅଭିନବ ସୋନକର ଜିଲ୍ଲାର ବିଭିନ୍ନ ଥାନାର ୨୮ଜଣ ପୁଲିସ ଅଧିକାରୀଙ୍କର ଅଦଳବଦଳ କରିଛନ୍ତି। ଏଥିରେ ୪ଜଣ ଇନିସପେକ୍ଟର ଓ ୨୪ଜଣ ସବଇନିସପେକ୍ଟରଙ୍କୁ ଅଦଳ ବଦଳ କରାଯାଇଛି।

Advertisment

ଗତ ସାଢ଼େ ୫ମାସ ତଳେ ଜୟପୁର ଟାଉନଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ଇନିସପେକ୍ଟର ସତ୍ୟାନନ୍ଦ ପାତ୍ରଙ୍କୁ ସୁନାବେଡ଼ା ଥାନାକୁ ବଦଳି ହୋଇଛି। ଜୟପୁର ଟାଉନଥାନା ଇତିହାସରେ ସ୍ବଳ୍ପ ମାସ ପାଇଁ ପ୍ରଥମ କରି ଇନିସପେକ୍ଟରଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ସୁନାବେଡ଼ା ଥାନା ଅଧିକାରୀ ରମଣି ରଂଜନ ଦଳାଇ ଯୋଗ ଦେବେ ବୋଲି ସୂଚନା ମିଳିଛି। ଆଜି ନୂଆ ଥାନା ଅଧିକାରୀ ଶ୍ରୀ ଦଳାଇ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ। ସେଭଳି ଶ୍ରୀ ପାତ୍ର ସୁନାବେଡ଼ାଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ସୂଚନା ମିଳିଛି।

ସେଭଳି କୁନ୍ଦ୍ରା ଥାନା ଅଧିକାରୀ ଦୀପାଂଜଳୀ ପ୍ରଧାନଙ୍କୁ ବୈପାରୀଗୁଡା ଥାନା ଅଧିକାରୀ, କାକିରୀଗୁମ୍ମା ଥାନା ଅଧିକାରୀ ପ୍ରମିଳା ବିଡିକାଙ୍କୁ ଦାମନଯୋଡି ଥାନା ଅଧିକାରୀ ଭାବେ ବଦଳି ହୋଇଛି।  ମାଛକୁଣ୍ଡ ଥାନା ଅଧିକାରୀ ଡମ୍ବୁରୁଧର ଭତରିଆଙ୍କୁ କାକିରିଗୁ୍ମ୍ମା ଥାନା ଅଧିକାରୀ, ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଥିବା ସବଇନିସପେକ୍ଟର ଚିତ୍ତରଂଜନ ପ୍ରଧାନୀଙ୍କୁ କାକିରୀଗୁମ୍ମା ଥାନା ଅଧିକାରୀ, ସୁଙ୍କିଥାନା ଅଧିକାରୀ କରୁଣାକର ଶବରଙ୍କୁ କୁନ୍ଦ୍ରାଥାନା ଅଧିକାରୀ,ସବଇନିସପେକ୍ଟର ଆରକେ ଶବରଙ୍କୁ କୋଟିଆ ଥାନା ଅଧିକାରୀ, ସବଇନିସପେକ୍ଟର କେ.ସାଙ୍ଗନ୍ନାଙ୍କୁ ସୁଙ୍କି ଥାନା ଅଧିକାରୀ, ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଥିବା ସବଇନିସପେକ୍ଟର ସୁରଜ ପ୍ରଧାନଙ୍କୁ ବିସିଂପୁର ଥାନା , ସୁନାବେଡ଼ା ଥାନାରେ ଥିବା ସବଇନିସପେକ୍ଟର ସଂଜୀବ କୁମାର ବେହେରା ଓ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଥିବା ସବଇନିସପେକ୍ଟର ଧିରେନ୍ଦ୍ର ବାରିକଙ୍କୁ ବୈପାରୀଗୁଡା ଥାନାକୁ ବଦଳି ହୋଇଛି।

ସେଭଳି ସୁନାବେଡ଼ାଥାନାର ସବଇନିସପେକ୍ଟର ନିଳାଦ୍ରୀ କଁଅର ଓ ଚାନ୍ଦିଲି ବିଟରେ ଥିବା ସବଇନିସପେକ୍ଟର ସୁନିଲ କୁମାର ସ୍ବାଇଁଙ୍କୁ ଦଶମନ୍ତପୁର ଥାନା, ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ସବଇନିସପେକ୍ଟର ଶ୍ୟାମ ସୁନ୍ଦର ପାଢ଼ୀଙ୍କୁ କୋରାପୁଟ ଟାଉନଥାନା, କୋରାପୁଟ ସଦରଥାନା ସବଇନିସପେକ୍ଟର ଶକୁନ୍ତଳା ଦେବୀଙ୍କୁ ଜୟପୁର ମହିଳା ଥାନାକୁ ବଦଳି ହୋଇଛି। ସେପରି କୋରାପୁଟ ଟାଉନଥାନା ସବଇନିସପେକ୍ଟର ସୁଲୋଚନା ପ୍ରଧାନ ଓ ଲକ୍ଷ୍ମୀପୁର ଥାନା ସବଇନିସପେକ୍ଟର ପଂଚାନନ ଶତପଥୀଙ୍କୁ ଜୟପୁର ସଦରଥାନା, ସବଇନିସପେକ୍ଟର ମଦନାବତି ବିହାରକୁ କୋରାପୁଟ ସଦରଥାନା, ଜୟପୁର ସଦରଥାନା ସବଇନିସପେକ୍ଟର ନବୀନ କୁମାର ଟପ୍ପୋଙ୍କୁ ଚାନ୍ଦିଲି ବିଟ୍ ହାଉସ, ନାରାୟଣପାଟଣା ଥାନାର ସବଇନିସପେକ୍ଟର ଶୁକ୍ରା ମାଢ଼ୀଙ୍କୁ କୋଟପାଡ ଥାନା, ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ସବଇନିସପେକ୍ଟର ସ୍ବରୁପା ମଲ୍ଲୀକଙ୍କୁ କୁନ୍ଦ୍ରା ଥାନା, ଶାନ୍ତି ଲତା ବେହେରାଙ୍କୁ ଲକ୍ଷ୍ମୀପୁରଥାନା, ବୈପାରୀଗୁଡା ଥାନାର ନରସିଙ୍ଗ ପାଢ଼ୀଙ୍କୁ ନାରାୟଣ ପାଟଣା ଥାନା, ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ସବଇନିସପେକ୍ଟର କୁଜଂଲତା ବେହେରାଙ୍କୁ ପଟାଙ୍ଗୀ, ଜୟପୁର ମହିଳାଥାନାର ସବଇନିସପେକ୍ଟର ଶୁକ୍ଳା ମଣ୍ଡଳଙ୍କୁ ସେମିଳିଗୁଡା, ଦଶମନ୍ତପୁର ଥାନାର ସବଇନିସପେକ୍ଟର ନିର୍ମଳ ଲିମା ଓ ଚରଣ ସିଂ ମାଝୀଙ୍କୁ ସୁନାବେଡ଼ା ଥାନାକୁ ବଦଳି ହୋଇଛି।