ତୃତୀୟ ପର୍ଯ୍ୟାୟ ମତଦାନ: ୨୩ ବିଧାନସଭା ଓ ୬ ଲୋକସଭା ପାଇଁ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର: ଆଗାମୀ ଏପ୍ରିଲ ୧୮ରେ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬ ଗୋଟି ଲୋକସଭା ଆସନ ପାଇଁ ଶୁକ୍ରବାର ୬ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ୪୨ ଗୋଟି ବିଧାନସଭା ଆସନ ପାଇଁ ଆଜି ୨୦ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତୃତୀୟ ପର୍ଯ୍ୟାୟ ଲୋକସଭା ପାଇଁ ଆଜି ସୁଦ୍ଧା ୬ ଜଣ ଲେକାସଭା ପ୍ରାର୍ଥୀ ଏବଂ ୨୩ ଜଣ ପ୍ରାର୍ଥୀ ବିଧାନସଭା ପାଇଁ ନାମାଙ୍କନ କରିଥିବା ସୂଚନା ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା ନିମନ୍ତେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୬୨୦୬ ଗୋଟି ଜାମିନ ବିହୀନ ପରଓ୍ଵାନା କାର୍ଯ୍ୟକାରୀ ହୋଇଛି। ଭାରତୀୟ ପିଙ୍ଗଲ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୩୦୯୩୨ ଜଣଙ୍କୁ ଅଟକ ରଖାଯାଇଛି। ଲାଇସେନ୍ସପ୍ରାପ୍ତ ୪୦୬୩ ଗୋଟି ବନ୍ଧୁକ ସଂପୃକ୍ତ ଜିଲ୍ଲା ପ୍ରଶାସନଠାରେ ଜିମା ଦିଆଯାଇଛି। ଲାଇସେନ୍ସ ନଥିବା ୧୪୩ଟି ଅସ୍ତ୍ରଶସ୍ତ୍ର ଏବଂ ୨୪୪.୦୩୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି।

ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବକାରୀ ବିଭାଗ ଓ ପୁଲିସ ସହାୟତାରେ ୬୮,୬୬୨.୮୭୫ ବଲ୍କ ଲିଟର ମଦ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୮୩ ଲକ୍ଷ ୫୪ ହଜାର ୭୭୨ ଟଙ୍କା ହେବ। ସେହିପରି ଆଜି ସୁଦ୍ଧା ରାଜ୍ୟରେ ଫାଇଂ ସ୍କ୍ଵାର୍ଡ ଏବଂ ପୁଲିସ ଦ୍ୱାରା ୩୮ ଲକ୍ଷ ୮୨ ହଜାର ୩୭୦ ଟଙ୍କା ଜବତ କରାଯାଇଛି।

ସମ୍ବନ୍ଧିତ ଖବର