ଏଟିଏମରେ ଟଙ୍କା ଭର୍ତ୍ତି ହେବାବେଳେ ୨୯ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

ଭଦ୍ରକ: ଏଟିଏମ ମେସିନରେ ଟଙ୍କା ଲୋଡ଼ ବେଳେ ଲୁଟେରା ଲୁଟିନେଲେ ଟଙ୍କା ଭର୍ତ୍ତି ଟ୍ରଙ୍କ । ଟ୍ରଙ୍କରେ ଲୋଡ ପାଇଁ ୨୯ ଲକ୍ଷ ଟଙ୍କା ଥିଲା | ଆଉ ଏଟିଏମ ଲୋଡ଼ କରିବାକୁ ଯାଇଥିବା କର୍ମଚାରୀ ଟଙ୍କା ଲୁଟ ହୋଇଥିବାର ଅଭିଯୋଗ କରିଛନ୍ତି |

ମିଳିଥିବା ସୂଚନା ମୁତାବକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଲଷ୍ମୀ ନାରାୟଣ ମନ୍ଦିର ନିକଟ ଏସବିଆଇ ବ୍ୟାଙ୍କ ଏଟିଏମରେ ଟଙ୍କା ଭର୍ତ୍ତିବେଳେ ଲୁଟ ଅଭିଯୋଗ ଆସିଛି । ତିନିଟି ବାଇକରେ ୬ ଲୁଟେରା ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ କରିଥିବାର ଅଭିଯୋଗ ହୋଇଛି ।

ଅଭିଯୋଗ ଆସିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ଓ ଟଙ୍କା ଭର୍ତ୍ତି ଦାୟିତ୍ୱରେ ଥିବା ୪ କର୍ମଚାରୀଙ୍କୁ ଟାଉନ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।

ସମ୍ବନ୍ଧିତ ଖବର