ବାରିପଦା: ମୟୂରଭଞ୍ଜରେ ହୁ ହୁ ହୋଇ ବଢିଚାଲିଛି କରୋନା। ଆଜି ସୁଦ୍ଧା ଜିଲ୍ଲାରେ ୨୯ହଜାର ଅତିକ୍ରମ କରିଗଲାଣି ଏହି ମହାମାରୀ। ସଦର ମହକୁମା ବାରିପଦାରୁ ଆରମ୍ଭ କରି ଗ୍ରାମାଞ୍ଚଳ ସର୍ବତ୍ର କରୋନା ମହାମାରୀ କାୟା ବିସ୍ତାର କରିଚାଲିଛି। ଏହି ସମୟରେ ମେ ମାସ ଭଳି ଜୁନ ମଧ୍ୟ ଘାତକ ହେବା ଆରମ୍ଭ କଲାଣି। ଚଳିତ ମାସର ପ୍ରଥମ ୩ ଦିନରେ ୧୪ଶହ ଉପରେ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଆଜି ଜିଲ୍ଲାରୁ ୫୮୩ ନୂଆ ପଜିଟିଭ ଚିହ୍ନଟ ହେବା ସାଙ୍ଗକୁ ଓଡ଼ିଶାର ତୃତୀୟ ସ୍ଥାନରେ ରହିଛି ମୟୂରଭଞ୍ଜ।
ଏଥିସହିତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯,୫୨୯ରେ ପହଞ୍ଚିଛି। ସେହିପରି ଜୁନ ୨ ପର୍ଯ୍ୟନ୍ତ ଜିଲ୍ଲାରୁ ୯୦.୧ ପ୍ରତିଶତ ହାରରେ ୨୬,୬୦୫ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଆଜି ସୁଦ୍ଧା ୯.୫୮ ପ୍ରତିଶତ ହାରରେ ୨,୮୨୯ ଜଣ ସକ୍ରିୟ ଅଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲାରୁ ୦.୩୨ ପ୍ରତିଶତ ହାରରେ ମୋଟ ୯୫ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ ପ୍ରକାଶ। ମାତ୍ର ଏହି ସଂଖ୍ୟା ଆହୁରି ଅଧିକ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/virus-de-los-sars-40426883.jpg)