ଚନ୍ଦାହାଣ୍ଡି: ବୟସ ପାଞ୍ଚ ବର୍ଷ ହେଲେ ଦାନ୍ତ ବାହାରିନି। ବ୍ରସ ଅନୁସାରେ ଶରୀର ବଢ଼ୁନି କି ଚାଲି ବି ପାରୁନି। ଦୁନିଆ କଣ ଜାଣିବା ପୂର୍ବରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇଛି। ମା’ କୋଳରେ ହିଁ ବିତୁଛି ଜୀବନ। ଚନ୍ଦାହାଣ୍ଡି ସଦର ପଞ୍ଚାୟତ ଅନ୍ତର୍ଗତ ଦଣ୍ଡାମୁଣ୍ଡିଆ ସାହିର ଏଭଳି ଜଣେ ଶିଶୁଙ୍କୁ ଦେଖିବାକୁ ମିଳିଛି। ଅର୍ଥ ଅଭାବରୁ ଗରିବ ପରିବାର ଜିପସନ୍ ବାଘର ଚିକିତ୍ସା କରାଇ ପାରୁ ନାହାନ୍ତି। ୨୦୧୨ ମାସିହାରେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁଟିର ଜନ୍ମ ହୋଇଥିଲା। ତେବେ ଏ ଯାଏଁ ସେ ଚାଲି ପାରୁନି କି କଥା କହି ପାରୁନି। ଏଥିସହ ଜିପସନ୍ର ପେଟ ଫୁଲିବାରେ ଲାଗିଛି। ବାପା ମନୋଜ ବାଘ ଜଣେ ଦିନ ମଜୁରିଆ। ପାଖରେ ଅର୍ଥ ନଥିବାରୁ ବଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇ ପାରୁ ନାହାନ୍ତି। ଜେଜେ ବାପା ପ୍ରେମ ବାଘ ପ୍ରଶାସନିକ ଅଧିକାରୀଙ୍କୁ ନେହୁରା ହେବାରୁ ପ୍ରମାଣ ପତ୍ର ଦେଲେ ଭିନ୍ନକ୍ଷମ ଭତ୍ତା ମିଳିବ ବୋଲି କହିଛନ୍ତି। ଜିପ୍ସନ ଚାଲିବୁଲି ପାରୁ ନଥିବାରୁ ମା’ କୋଳରେ ହିଁ ତାର ଶୈଶବ ବିତୁଛି। କ୍ଷୀର ଛାଡ଼ିଦେଲେ ଅନ୍ୟକିଛି ଖାଦ୍ୟ ମଧ୍ୟ ଖାଇପାରୁ ନାହିଁ। ଏଭଳି ଅଜଣା ରୋଗରେ ଆକ୍ରନ୍ତ ଶିଶୁଟିର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ପରିବାର ଲୋକ ଅନୁରୋଧ କରିଛନ୍ତି।
୫ବର୍ଷ ଶିଶୁର ଦାନ୍ତ ବାହାରୁନି, ଶରୀର ବଢ଼ୁନି
/sambad/media/post_attachments/wp-content/uploads/2017/09/nabarang.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)