ଗଞ୍ଜାମ: ଗତକାଲି ଗୁଣୁପୁର ପୁଲିସ ଟିମ୍ ଏକ ଟ୍ରକ୍ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଦୁଇଜଣଙ୍କୁ ଗିରଫ କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ବାଙ୍ଗି ଛକରେ ନାଇଟ ପାଟ୍ରୋଲିଂ କରୁଥିବା ସମୟରେ ଗୁଣୁପୁର ପୁଲିସ ଟିମ୍ ଗୁମୁଡାରୁ ଆସୁଥିବା ଏକ ଟ୍ରକ୍କୁ ଜବତ କରିଥିଲେ। ଏହି ଟ୍ରକ୍ରୁ ୮ଟି ପୋଲିଫୋନ୍ ବ୍ୟାଗ୍ରୁ ୨୯୮.୬କେଜିର ଗଞ୍ଜେଇ ଜବତ କରିବା ସହିତ ଘଟଣାରରେ ସମ୍ପୃକ୍ତ ଥିବା ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ଏଥିସହିତ ଗିରଫ ଦୁଇ ଅଭିଯୁକ୍ତଙ୍କ ଠାରୁ ନଗଦ ୧,୦୪,୧୦୦ଟଙ୍କା ମଧ୍ୟ ପୁଲିସ ଜବତ କରିଛି। ଗଞ୍ଜେଇ ଚାଲାଣ କରୁଥିବା ଅଭିଯୁକ୍ତଙ୍କ ନାମ ଜିତେନ୍ଦ୍ର ପଟିକା ଓ ଟ୍ରକ୍ ଚାଳକର ନାମ ବୀର ସିଂ ବୋଲି ଜଣାପଡ଼ିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଗଞ୍ଜେଇର ଚୋରା ଚାଲାଣ କରୁଥିଲେ। ସେମାନେ ଏହାକୁ ଉତ୍ତରପ୍ରଦେଶକୁ ପରିବହନ କରୁଥିଲେ। ଜବତ ଗଞ୍ଜେଇର ସ୍ଥାନୀୟ ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କା ପାଖାପାଖି ହେବ ବୋଲି ଅନୁମାନ କରାଯାଇଛି। ଏହି ମାମଲାରେ ଜଡିତ ଥିବା ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୁଲିସ ମାମଲାର ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/WhatsApp-Image-2020-08-10-at-14.21.32.jpeg)