ରାଉରକେଲା: ଓଡ଼ିଶାରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଜଗନ୍ନାଥ ଧାମ ପୁରୀରୁ ହାୱଡା ମଧ୍ୟରେ ଚଳାଚଳର ଶୁଭାରମ୍ଭ ହୋଇଛି। ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀରୁ ରାଉରକେଲା ମଧ୍ୟରେ ଚଳାଚଳ କରିବାକୁ ଯାଉଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି। ମାତ୍ର କେବେ ପୁରୀରୁ ରାଉରକେଲା ମଧ୍ୟରେ ଚଳାଚଳ କରିବ ସ୍ପଷ୍ଟ ହୋଇନି। କେନ୍ଦ୍ର ରେଳମନ୍ତ୍ରୀଙ୍କ କହିବାନୁଯାୟୀ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀରୁ ଛାଡିବ। ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଅନୁଗୋଳ, ତାଳଚେର, ସମ୍ବଲପୁର, ଝାରସୁଗୁଡା ପରେ ରାଉରକେଲାରେ ପହଞ୍ଚିବ ବୋଲି ‌କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

Advertisment

ଖୁବ୍‌ କମ୍‌ ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାବାସୀ ପୁରୀକୁ ଯାତ୍ରା କରିପାରିବେ। ରାଜ୍ୟ ସରକାର ତିନିଟି ରୁଟ୍‌ ଯଥା ପୁରୀ -ହାୱଡା, ପୁରୀ-ରାଉରକେଲା ଓ ଭୁବନେଶ୍ବର-ସିକନ୍ଦରାବାଦ୍‌ ଚଳାଚଳ କରିବାକୁ ଦାବି କରିଥିଲେ। କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଭୁବନେଶ୍ବର ଆୟୋଜିତ କାର୍ଯ୍ୟକ୍ରମରେ ରଥଯାତ୍ରା ପୂର୍ବରୁ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚାଲିବ ବୋଲି ଘୋଷଣା କରିଥିଲେ। ସେପଟେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ପାଇଁ ଚକ୍ରଧରପୁର ମଣ୍ଡଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଉରକେଲାରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚାଲିଲେ ପଶ୍ଚିମ ଓଡ଼ିଶାବାସୀ ବେଶ୍‌ ଉପକୃତ ହେବେ। ତେବେ ରେଳବାଇ ପକ୍ଷରୁ କେ‌ବେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ରାଉରକେଲାରୁ ଦୌଡୁଛି, ତା’କୁ ହିଁ ଅପେକ୍ଷା।