ଖୋର୍ଦ୍ଧା ଗ୍ରାମାଂଚଳରେ କରୋନାର ୨ୟ ଲହର

ଦୈନିକ ସଂକ୍ରମଣ ୮୫, ଜଟଣୀ ସର୍ବାଧିକ ୧୯

ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତଗତିରେ ବୃଦ୍ଧି ପାଉଛି । ପରୀକ୍ଷଣର ସଂଖ୍ୟା ସୀମିତ ରହୁଥିବାରୁ ସଂକ୍ରମିତଙ୍କ ସଠିକ୍ ସଂଖ୍ୟା ନିରୂପଣ କରିବା କଷ୍ଟକର ହୋଇଛି । ତେବେ ବର୍ତମାନ ଯାଏଁ ଯେତିକି ପରୀକ୍ଷଣ କରାଯାଇଛି ସେ ମଧ୍ୟରେ ଜଟଣୀରେ ପରୀକ୍ଷଣ ଓ ସଂକ୍ରମିତ ହାର ସର୍ବାଧିକ ୧୩.୩ ପ୍ରତିଶତ ରହିଥିବା ବେଳେ ବାଣପୁରରେ ସର୍ବନିମ୍ନ ୫.୩ ପ୍ରତିଶତ ରହିଛି ।
ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାରେ, ୨୦ ତାରିଖରୁ ୨୬ ତାରିଖ ମଧ୍ୟରେ ଖୋର୍ଦ୍ଧାର ୧୦ଟି ସ୍ୱାବ୍ ପରୀକ୍ଷଣ କେନ୍ଦ୍ରରେ ମୋଟ ୬୧୧୬ଟି ପରୀକ୍ଷଣ କରାଯାଇଛି । ଏହା ମଧ୍ୟରୁ ୫୪୫ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଅର୍ଥାତ୍ ଗ୍ରାମାଂଚଳରେ ପରୀକ୍ଷଣ-ସଂକ୍ରମଣ ହାର ୮.୯ ପ୍ରତିଶତ ରହିଛି । ଜଟଣୀରେ, ମୋଟ ୫୮୦ଟି ସ୍ୱାବ୍ ପରୀକ୍ଷଣ କରାଯାଇଥିବା ବେଳେ ଏହା ମଧ୍ୟରୁ ୧୩.୩ ପ୍ରତିଶତ ଅର୍ଥାତ୍ ୭୭ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଖୋର୍ଦ୍ଧାରେ ସର୍ବାଧିକ ୧୪୨୦ଟି ସ୍ୱାବ୍ ପରୀକ୍ଷଣ ହୋଇଥିଲା, ଏହା ମଧ୍ୟରୁ ୧୨୯ ଜଣ ଅର୍ଥାତ୍ ୯.୧ ପ୍ରତିଶତ ସଂକ୍ରମିତ ହୋଇଛନ୍ତି । ବାଲିଅନ୍ତାରେ ଏହି ସଂକ୍ରମଣ ହାର ୯.୫%, ବାଲିପାଟଣାରେ ୮.୪%, ଭୁବନେଶ୍ୱର ବ୍ଲକରେ ୬,୬%, ବେଗୁନିଆରେ ୭.୧%, ବୋଲଗଡ଼ରେ ୫.୫%, ଟାଙ୍ଗୀରେ ୯.୯%, ଚିଲିକା-ବାଲୁଗାଁରେ ୬.୫% ଓ ବାଣପୁରରେ ସର୍ବନିମ୍ନ ୫.୩ ପ୍ରତିଶତ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ବାଣପୁରରେ ମୋଟ ୫୩୨ଟି ପରୀକ୍ଷଣ ମଧ୍ୟରୁ ୨୮ଜଣଙ୍କ ଠାରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି ।
ସେହିଭଳି ଆଜି ଖୋର୍ଦ୍ଧା ଗ୍ରାମାଂଚଳରେ ୫୩୫ଟି ରାପିଡ୍ ଆଂଟିଜେନ୍ ଓ ୩୭୩ଟି ଆର୍ଟି-ପିସିଆର୍ ପରୀକ୍ଷଣ କରାଯାଇଛି । ଏହା ମଧ୍ୟରୁ ୮୫ଜଣଙ୍କ ଠାରେ କରୋନା ପଜିଟିଭ୍ ରହିଛି । ସେମାନଙ୍କ ମଧ୍ୟରୁ ଜଟଣୀରୁ ସର୍ବାଧିକ ୧୯ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୪, ବାଲିଅନ୍ତାରୁ ୭, ବାଲିପାଟଣାରୁ ୨, ଭୁବନେଶ୍ୱର ବ୍ଲକରୁ ୯, ବେଗୁନିଆରୁ ୬, ଟାଙ୍ଗୀରୁ ୭, ଚିଲିକା-ବାଲୁଗାଁରୁ ୩, ବାଣପୁରରୁ ୬ ଓ ଅନ୍ୟ ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମରୁ ୧୨ଜଣ ଅଛନ୍ତି । ତେବେ ଗୋଲଗଡ଼ରେ ଆଜି ପରୀକ୍ଷଣ କରାଯାଇଥିବା ୪୦ଟି ସ୍ୱାବ୍ ମଧ୍ୟରୁ କୌଣସି ପଜିଟିଭ୍ ନାହାନ୍ତି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର