ନୀଳଗିରି: ଗତକାଲି ରାତିରେ ମଞ୍ଚା ଉପରେ ଟାଇଚୁଙ୍ଗ ଧାନ ଜଗିଥିବା ବେଳେ ଜଣେ ୪୦ ବର୍ଷୀୟା ମହିଳାଙ୍କୁ ୪ ଜଣ ବନ କର୍ମଚାରୀ ଗଣ ଦୁଷ୍କର୍ମ କରିଛନ୍ତି। ତେବେ ପୀଡ଼ିତାଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ପାହାଡ଼ତଳି ଏହି ମଞ୍ଚା ନିକଟରେ ପହଞ୍ଚି ସମସ୍ତ କଥା ଜାଣିବା ପରେ ୩ ଜଣ ବନକର୍ମଚାରୀଙ୍କୁ ଧରି ପୁଲିସର ଜିମା ଦେଇଛନ୍ତି। ଅନ୍ୟତମ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ତେଣ୍ଡା ଗ୍ରାମର ଜଣେ ମହିଳା ତାଙ୍କ ଟାଇଚୁଙ୍ଗ ଧାନ ଜଗିବା ପାଇଁ କୁଲଡିୟା ଅଭୟାରଣ୍ୟର ତେଣ୍ଡା ବିଟ୍ ହାଉସ ନିକଟରେ ଥିବା ସାତଘାଟି ବନ୍ଧ ତଳେ ତିଆରି କରିଥିବା ମଞ୍ଚାରେ ରାତିର ଶୋଇଥିଲେ। ତେବେ ରାତି ପ୍ରାୟ ୧୨ଟା ବେଳେ ବିଟ୍ ହାଉସର ଫରେଷ୍ଟର ଅଞ୍ଜନ ଦାସ, ଗଣେଶ୍ୱର ବିଶ୍ୱାଳ,ଖୁୁଦିରାମ ସିଂହ ଓ ମୁସକାନ ସିଂହ ସେଠାରେ ପହଞ୍ଚି ଏହି ୪୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ତେବେ ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗାଁ ଲୋକେ ମହିଳାଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ବିଟ୍ ହାଉସରେ ପହଞ୍ଚି ଘେରାଉ କରିଥିଲେ। ସେଠାରୁ କୌଶଳକ୍ରମେ ମୁସକାନ ସିଂହ ଖସିଯାଇଥିିବା ବେଳେ ଗାଁ ଲୋକେ ଅନ୍ୟ ୩ ଜଣ ଅଭିଯୁକ୍ତ ବନକର୍ମଚାରୀଙ୍କୁ ଧରି ଗାଁକୁ ଆଣି ଗଛରେ ବାନ୍ଧିି ଦେଇଥିଲେ। ଏ ନେଇ ନୀଳଗିରି ଥାନା ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ବନକର୍ମଚାରୀଙ୍କୁ ଗିରଫ କରିଛି। ସେହିପରି ଅଭିୁକ୍ତମାନଙ୍କ ସହିତ ସମ୍ପୃକ୍ତ ପୀଡ଼ିତାଙ୍କର ମଧ୍ୟ ଆଜି ଡାକ୍ତରୀ ମାଇନା କରାଯିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp