ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଚକାମାଲ ଗ୍ରାମର ୩ଜଣ ବ୍ୟକ୍ତି କଲରାପତରିଆ ବାଘ ଛାଲ ବିକ୍ରୟ କରୁଥିବା ସମୟରେ ଛତିଶଗଡ଼ ବନବିଭାଗ ଦ୍ବାରା ଗିରଫ ହୋଇ ଜେଲ ଯାଇଛନ୍ତି। ଗତ ୨୭ ତାରିଖରେ, ଉଦନ୍ତୀ ସାଇନାଡି ଅଭୟାରଣ୍ୟର ଆଣ୍ଟି-ପୋଚିଂ ଟିମ୍ ସୂଚନା ପାଇଥିଲା ଯେ ଓଡିଶା ସୀମାନ୍ତ ଛତିଶଗଡ଼ ବିରିଘାଟ ଅଞ୍ଚଳରେ କଲରାପତରିଆ ବାଘ ଛାଲ ବିକ୍ରୟ କରିବା ପାଇଁ କିଛି ସନ୍ଦିଗ୍ଧ ଗ୍ରାହକ ଖୋଜୁଥିଲେ।
ଏହି ସୂଚନା ଅନୁଯାୟୀ ଦଳ କଲରାପତରିଆ ବାଘ ଛାଲ ସହ ତିନି ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। ପୁଲିସ ପକ୍ଷରୁ କୁହାଯାଇଛି ଯେ ଅଭିଯୁକ୍ତ କାର୍ତ୍ତିକ ପୋଡ, ତାଙ୍କ ପୁଅ ଗୌରାଙ୍ଗ ପୋଡ଼ , ଏବଂ ଉପେନ୍ଦ୍ର ହଂସଙ୍କୁ ଗିରଫ କରାଯାଇଛି | ଏମାନେ ଚନ୍ଦାହାଣ୍ଡିର ଚକାମାଲ ଗାଁର ବାସିନ୍ଦା ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/23edc18b-759d-41b8-bf01-c6a67e6e07e4.jpg)