ନକଲି ସୁନା ଶଙ୍ଖ ବିକ୍ରି ଅଭିଯୋଗରେ ୩ ଗିରଫ

ଉମରକୋଟ: ସୁନା ଶଙ୍ଖ କହି ଠକୁଥିବାବେଳେ ପୁଲିସ ହାତରେ ଧରାପଡ଼ିଲେ ଅଭିଯୁକ୍ତ | ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ତାଲାପଦରଠାରେ ଦିନକୁ ଦିନ ଠକଙ୍କ ରାଜୁତି ବଢ଼ିବାରେ ଲାଗିଛି | କେତେବେଳେ ସୁନା ଶଙ୍ଖ ତ କେତେବେଳେ ସୁନା ଇଟା ଓ ପଇସାକୁ ନେଇ ବାରମ୍ବାର ଲୋକଙ୍କୁ ଠକି ଚାଲିଛନ୍ତି । ସୂଚନା ମୁତାବକ ତାଳପଦର ଗ୍ରାମର କିଛି ଦୁର୍ବୃତ୍ତ ପୁରୀ ଜିଲ୍ଲାର ବରକୁଡି ଗ୍ରାମର ପ୍ରତାପ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ଜାଲରେ ଫସେଇ ଥିଲେ।ଏହି ବ୍ୟକ୍ତି ଙ୍କୁ ୯/୦୨/୨୧ ତାରିଖରେ ସୁନାଶଙ୍ଖ ଅଛି କହି ଡାକିଥିଲେ ଓ ସେ ମଧ୍ୟ ଉମରକୋଟ ଆସି ଶଙ୍ଖକୁ ଦେଖି ଟଙ୍କା ଆଣିବି କହି ଫେରି ଯାଇଥିଲେ। କିଛି ଦିନ ପରେ ଅର୍ଥାତ ୨୫/୦୨/୨୧ ରେ ଟଙ୍କା ଧରି ପ୍ରତାପ ଆସିବା ପରେ ସୁନା ଶଙ୍ଖ ଦେଖିଥିଲେ ।

କିନ୍ତୁ ମନରେ ସୁନା ଶଙ୍ଖଟି ନକଲି ବୋଲି ସନ୍ଦେହ ହେବାରୁ ସେ ଟଙ୍କା ନ ଦେଇ ଫେରି ଯିବାକୁ ବାହାରିଥିଲେ | ଏହା ଦେଖି ଦୃବୁର୍ତ୍ତ ମାନେ ତାଙ୍କୁ ମାଡ ମାରି ଜୋର ଜବରଦସ୍ତି ଟଙ୍କା ଛଡାଇ ରଖିଥିଲେ। ଘଟଣା ଘଟିବାର ୪୬ ଦିନ ପରେ ପ୍ରତାପ ଉମରକୋଟ ଥାନାରେ ଆଜି ଲିଖିତ ଅଭିଯୋଗ କରିଥିଲେ। ଏହି ଆଧାରରେ ପୁଲିସ ଆଜି ତାଲାପଦରରେ ପହଞ୍ଚି କେଶ ନମ୍ବର ୧୪୫/୨୧ ଆଧାରରେ ଏଥିରେ ସଂପୃକ୍ତ ୩ ଜଣ ସୁରେନ୍ଦ୍ର ହରିଜନ, ସନପତି ହରିଜନ, ରାମ ଚନ୍ଦ୍ର ହରିଜନ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଏବଂ ସେମାନଙ୍କ ଠାରୁ ନଗଦ ୪୦୦୦୦ ଟଙ୍କା ଜବତ କରିଛି |

ସମ୍ବନ୍ଧିତ ଖବର