ଭଦ୍ରକ: ଭଦ୍ରକର ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଉପ-ଅଧିକ୍ଷକ ଅନିତା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ନରିପୁର ଛକ ନିକଟରେ ଚଢ଼ାଉ କରାଯାଇ ୩ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ନରିପୁର ଗ୍ରାମର ଶୁକଦେବ ସାହୁଙ୍କୁ ଗିରଫ କରାଯାଇଛି। ସେହିପରି ଚରମ୍ପା, ଡଗରାସାହିରେ ଚଢ଼ାଉ କରାଯାଇ ଗୋଟିଏ ହୁଣ୍ଡାଇ ସାଂଟ୍ରୋ କାର (ଓଆର-୦୨ୟୁ-୪୧୮୧) ଏବଂ ୩୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଖଣ୍ଡିଆବଜାର ଗ୍ରାମର ନମିତା ସୋରେନ, ଡଗରାସାହି ଗ୍ରାମର ମିନା ସିଂଙ୍କୁ ଗିରଫ କରାଯାଇଛି |

Advertisment

ଜବତ ଗଞ୍ଜେଇ, ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ | ଚଢ଼ାଉରେ ଉପ-ନିରୀକ୍ଷକ ଶ୍ରୀକାନ୍ତ ମୁର୍ମୁ ଓ ଅଭିଳାଷ ପାଲ, ସହକାରୀ ଉପ-ନିରୀକ୍ଷକ ପ୍ରହଲ୍ଲାଦ ସାମଲ, ରମେଶ ନାୟକ, ଦୀପକ ରାଉତ ଓ ସନ୍ତୋଷ ଦାସ, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରୁଦ୍ରନାରାୟଣ ଦାସ, ସୁଦର୍ଶନ ପଲ୍ଲାଇ, ଶିବପ୍ରସାଦ ସାହୁ, ଜେମାମଣୀ ଜାମୁଡା, ଶୁଭ୍ରାମିନି ଦାସ ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ୩ ଗୋଟି ମାମଲା ରୁଜୁ କରାଯାଇଛି। ଭଦ୍ରକରେ ଚୋରା ମଦ, ଗଞ୍ଜେଇ, ଡ୍ରଗସ ବେପାରୀଙ୍କ ଉପରେ ଚଢାଉ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ସମ୍ବାଦକୁ କହିଛନ୍ତି ।