ଦେଶୀ ମଦ ବିକ୍ରି କରୁଥିଲେ: ୩ ଗିରଫ

ରାଉରକେଲା: ଦେଶୀ ମଦ ବିକ୍ରି କରିବା ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ମହଙ୍ଗା ପଡ଼ିଛି। ରାଉରକେଲା ଅବକାରୀ ପୁଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶାଳ ଓରାମ, ସୀମନ ଓରାମ ଓ ଆୟେଶା ଖାତୁନ। ଏହାସହ ୯୯ ଲିଟର ଦେଶୀ ମଦ ଓ ଗୋଟିଏ ବାଇକ୍‌ (ଓଡି-୧୬-ସି-୦୧୨୭) ଜବତ ହୋଇଛି ।

ଅବକାରୀ ପୁଲିସ ପକ୍ଷରୁ ଆଜି ବିଶ୍ରା ଥାନା ଓ ସେକ୍ଟର ଅଞ୍ଚଳର ମିଟ୍‌କୁନ୍ଦୁରୀ, ଆମ୍ବାଗାନଠାରେ ଚଢ଼ଉ କରାଯାଇଥିଲା । ଏତିକିବେଳେ ଦୁଇ ଅଭିଯୁକ୍ତ ବାଇକ୍‌ରେ ମଦ ବିକ୍ରି କରିବାକୁ ବାହାରିଥିବାବେଳେ ଅବକାରୀ ପୁଲିସ ଉଭୟଙ୍କୁ ରାସ୍ତାରେ ହିଁ କାବୁ କରିନେଇଥିଲା । ଅନ୍ୟ ଅଭିଯୁକ୍ତ ଆୟେଶା ଘରେ ମଦ ବିକ୍ରି କରୁଥିଲେ। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ମୋବାଇଲ୍‌ ସ୍କ୍ବାଡ୍‌, ଅନ୍ୟ ବିଭାଗୀୟ କର୍ମଚାରୀ ସାମିଲ ଥିଲେ ।

ସମ୍ବନ୍ଧିତ ଖବର