ଯୁବତୀଙ୍କୁ ଅପହରଣ ସହ ଡ଼କାୟତି ଅଭିଯୋଗରେ ୩ ଯୁବକ ଗିରଫ

ନୂଆପଡ଼ା: ଖରିଆର ରୋଡ଼ ଜୋଙ୍କ ପୁଲିସ ଜଣେ ଯୁବତୀଙ୍କୁ ଅପହରଣ କରି ଡକାୟତି କରୁଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖରିଆର ରୋଡ଼ ଥାନା ଅଧିକାରୀ ଠାରୁ ପ୍ରକାଶ। ପୁଲିସ ଠାରୁ ମିଲିଥିବା ସୂଚନା ଅନୁଯାଇ ଚଳିତ ମାସ ୧୮ ତାରିଖ ସଧ୍ୟା ୪ଟା ସମୟରେ ଖରିଆର ରୋଡ଼ ଜୋଙ୍କ ଥାନା ଗେତମା ଗ୍ରାମର ଜଣେ ଯୁବତୀ କୌଣସି କାମ ପାଇଁ ଖରିଆର ରୋଡ଼ ଯାଉଥିବା ବେଲେ ଖରିଆର ରୋଡ଼ ସାହୁ ସମାଜ ପାଖରେ ୩ ଜଣ ଯୁବକ ପିୟୁଷ ମାଝୀ(୨୪), ରେଖରାଜ ରାଉତ(୧୯), କୁନାଲ ନାଗ(୨୧) ଯୁବତଙ୍କୁ ଅଟକାଇ ୩ ଜଣ ଯୁବକ ଯୁବତଙ୍କୁ ଆମସେନାକୁ ନେଇଯାଇଥିଲେ। ସେଠାରୁ ଯୁବତୀଙ୍କ ମାଡ଼ମାରିବା ସହ୧୫ ଶହ ଟଙ୍କା ସହ ସ୍କୁଟି ନେଇଯାଇଥିଲେ। ପରେ ଯୁବତୀଙ୍କୁ ଜୀବନରେ ମାରିଦେବା ଧମକ ମଧ୍ୟ ଦେଇଥିଲେ। ଏହା ପରେ ଯୁବତୀ ଜଣକ ଖରିଆର ରୋଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ ଖରିଆର ରୋଡ଼ ଜୋଙ୍କ ଥାନା ଅଧିକାରୀଙ୍କୁ ନିର୍ଦେଶରେ ଏସ୍‌ଆଇ ବିନୋଦ ବିହାରୀ ସେଠୀ ତଦନ୍ତ ଆରମ୍ଭ ଖରିଆର ରୋଡ଼ ଧୋବିପଡ଼ାର ପିୟୁଷ ମାଝି ଓ ରେଖରାଜ ରାଉତ ସହ ମୁଣ୍ଡାଗାଁର କୁନାଲ ନାଗଙ୍କୁ ଗିରଫ କରି ଯୁବକମାନଙ୍କ ଠାରୁ ଯୁବତୀର ସ୍କୁଟି ଓ ୧୫ ଶହ ଟଙ୍କା ଜବତ କରାଯାଇଛି। ଏହି ୩ ଜଣ ଯୁବକଙ୍କୁ ଆଜି କୋର୍ଟ ଚାଲଣ କରିଥିବା ଜୋଙ୍କ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଠାରୁ ପ୍ରକାଶ।

ସମ୍ବନ୍ଧିତ ଖବର