ଖୋର୍ଦ୍ଧା କଦଳୀବାଡ଼ି ବୋମାମାଡ଼ ଘଟଣାରେ ୩ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ କଦଳୀବାଡ଼ି ଠାରେ ଗତକାଲି ଘଟିଥିବା ବୋମାମାଡ଼ ଘଟଣାରେ ଆଜି ସଦର ଥାନା ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କଦଳୀବାଡ଼ି ଗାଁର ସ୍ଥିତପ୍ରଜ୍ଞ ପତିଙ୍କ ସହ ଗାଁର କିଛି ଯୁବକଙ୍କ ବ୍ୟବସାୟର ନେଣଦେଣକୁ ନେଇ ବିବାଦ ଘଟିଥିଲା । ଏହି ଘଟଣାରେ ୬ ତାରିଖ ରାତିରେ ସ୍ଥିତପ୍ରଜ୍ଞଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା । ଏଥିରେ କୌଣସି ବିଶେଷ କ୍ଷତି ହୋଇନଥିଲେ କିମ୍ବା କେହି ମୃତାହତ ହୋଇନଥିଲେ । ତେବେ ଏନେଇ ସ୍ଥିତପ୍ରଜ୍ଞ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ୧/୨୦୨୧ରେ ଆଇପିସି ଦଫା ୩୫୪, ୫୦୬ ଓ ୩୪ରେ ମାମଲା ରୁଜୁ ହୋଇଥିଲା । ଆଜି ସଦର ଥାନା ପୁଲିସ କଦଳୀବାଡ଼ିର ସନ୍ଦୀପ ରାଉତରାୟ (୩୦), ରାକେଶ କୁମାର ଜେନା (୩୪), ଶକ୍ତି ପ୍ରସାଦ ପ୍ରଧାନ (୨୫)କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବୋଲି ଥାନା ଅଧିକାରୀ ଅନୀତା ସାହୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର