ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ଆଉ ୩ ଗିରଫ

କେନ୍ଦୁଝର : ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଓ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଘଟଣାରେ ଆଉ ୩ ଜଣଙ୍କୁ ପୁଲିସ ଗିରଫ କରିଛି । ଫଳରେ ଏହି ଘଟଣାରେ ଏପର୍ଯ୍ୟନ୍ତ ମୋଟ ୪ ଜଣ ଗିରଫ ହୋଇସାରିଲେଣି ।

ଗତକାଲି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ଜଣଙ୍କୁ ଅଟକ ରଖିଥିଲା ।  ତେବେ ବଣିଆପାଟର ଅନିଲ ନାଏକ ଏହି ଘଟଣାରେ ସଂପୃକ୍ତ ନଥିବା ତଦନ୍ତରୁ ଜଣାପଡ଼ିବାରୁ ତାଙ୍କୁ ପୁଲିସ ଛାଡି ଦେଇଛି ଓ ଅନ୍ୟ ୩ ଜଣଙ୍କୁ ଆଜି ଗିରଫ କରିଛି ।  ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମାଧପୁରର ସନ୍ତୋଷ କୁମାର ନାଏକ (୨୪), ଦୀପକ ତରେଇ (୨୩) ଓ ଭୁଲାଦାର ସାହିର ଶିବାନନ୍ଦ ଦେହୁରୀ (୨୫) । ସେମାନଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହିତ ସେମାନେ ବ୍ୟବହାର କରିଥିବା ବଲେରୋ ( ଓଡ଼ି୦୨ଏଜି୭୯୮୬) କୁ ଜବତ କରାଯାଇଛି ।

ପ୍ରକାଶ ଥାଉକି ଗତ ୧୭ ତାରିଖ ପିସିସି ନିରଞ୍ଜନ ପଟ୍ଟନାୟକ କେନ୍ଦୁଝର ଗସ୍ତରେ ଆସୁଥିବାବେଳେ କାଶୀପୁର ନିକଟରେ ଏକ ବଲେରୋରେ କିଛି ମଦ୍ୟପାନ କରିଥିବା ଯୁବକ ତାଙ୍କ ଗାଡିକୁ ଓ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାରେ କେନ୍ଦୁଝର ବିଜେପି ଯୁବମୋର୍ଚ୍ଚର ସମ୍ପାଦକ ସଞ୍ଜୟ ମହାନ୍ତି ପୂର୍ବରୁ ଗିରଫ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର