ବାଲେଶ୍ୱର: ଆଜି ସକାଳେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରୁ ଲୋକ ୩ ଜଣ ସନ୍ଦିିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଛନ୍ତି। ସେମାନଙ୍କ ଠାରୁ କିଛି ନକଲିି ଟଙ୍କା ଜବତ କରାଯାଇଛି। ପୂର୍ବରୁ ମଧ୍ୟ ସେମାନେ ଏପରି ନକଲି ଟଙ୍କା କରାବାର କରିଥିବା ଅଭିଯୋଗ ହୋଇଛି। ତେବେ ଏହି ବ୍ୟକ୍ତିମାନେ ଜାଲ ଟଙ୍କା କାରବାର ସହିତ ସେମାନଙ୍କ ସମ୍ପୃକ୍ତିକୁ ଅସ୍ୱୀକାର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୧୫ ଦିନ ଜଳେ ଝାଡଖଣ୍ଡର ୩ ଜଣ ଯୁବକ ବାଲେଶ୍ୱର ସହଦେବଖୁଣ୍ଟାରୁ ରେମୁଣା ଅଟୋରେ ରେମୁଣା ଯାଇଥିଲେ। ସେହି ଅଟୋ ଡ୍ରାଇଭରକୁ ଯେଉଁ ଟଙ୍କା ଦେଇଥିଲେ, ତାହା ପରବର୍ତ୍ତୀ ଅବସ୍ଥାରେ ନକଲି ବୋଲି ଜଣାପଡ଼ିଥିଲା। ତେବେ ଆଜି ସେହି ୩ ଜଣ ପୁଣି ଥରେ ବାଲେଶ୍ୱରର ସହଦେବଖୁଣ୍ଟାରୁ ରେମୁଣା ଯିବା ପାଇଁ ଅଟୋ ଖୋଜୁ ଥିବା ବେଳେ ପୂର୍ବର ଅଟୋଚାଳକ ତାଙ୍କୁ ଦେଖି ଅନ୍ୟ ଅଟୋ ଚାଳକଙ୍କ ସହାୟତାରେ ସେମାନଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଇବ୍ରାର କାଜି, ହାଫିଜ ଅନଓ୍ଵାର, ସକିଲ କାଜିଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ସେମାନଙ୍କ ଠାରୁ କିଛି ନକଲି ଟଙ୍କା ଜବତ କରାଯାଇଥିବା କୁହାଯାଉଛି। ପୁଲିସ ଏହି ଟଙ୍କାକୁ ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କକୁ ପଠାଇବ। ତେବେ ଅଟକ ଥିବା ବ୍ୟକ୍ତିମାନେ କହିଛନ୍ତି ଯେ ସେମାନେ ଏକ ମଦ୍ରାସା ଖୋଲିବା ପାଇଁ ଚାନ୍ଦା ସଂଗ୍ରହ କରିବାକୁ ରେମୁଣାକୁ ଯାଉଥଲେ। ସେମାନଙ୍କର ଏହି ନକଲି ଟଙ୍କା କାରବାର ସହିତ କିଛି ସମ୍ପର୍କ ନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।
ବାଲେଶ୍ୱର : ନକଲି ଟଙ୍କା ସହିତ ୩ ଅଟକ
/sambad/media/post_attachments/wp-content/uploads/2018/12/balasore.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)